Latest Odisha News

BREAKING NEWS

ଅନୁବାଦ କବିତା : ନିର୍ଝରର ସ୍ୱପ୍ନଭଙ୍ଗ

ମୂଳ ବଙ୍ଗଳା : ବିଷ୍ଣୁ ଦେ 

ମୁଁ ଜାଣିଛି ତୁମ ପାଖରୁ ମୋର ମୁକ୍ତି ନାହିଁ
ତେବେ ବି ତୁମ ଦ୍ଵାରକୁ ବାରମ୍ବାର ଯିବା ଓ ଆସିବା
ଆତ୍ମୀୟ ନୁହଁ
ସମାଜର ମାନଦଣ୍ଡରେ, ଆଇନ କାନୁନରେ
ସମ୍ପର୍କଟା ଆମ କେବେ ହେଲେ ହୋଇ ନାହିଁ ବନ୍ଧା।

ତୁମ ପାଖରେ ମୋର ସ୍ଵର୍ଗ ତ ନାହିଁ।
ମର୍ତ୍ତ୍ୟଜୀବି ହୋଇ ସେ ଦୁରାଶାକୁ ସ୍ଥାନ ଦେଇ ନାହିଁ
ତୁମେ ଟିମ୍ବ କଟୁ ହେଲେ ମୁଁ ବରଫରେ ଢଙ୍କା ଲାସା
ତଥାପି କେଉଁ ଆଶ୍ଵାସରେ ସଙ୍ଗ ସୁଖ ଇଚ୍ଛା !
ଫେରିବା ବାଟରେ ମିଳେ ନାହିଁ ଦୁହିଁଙ୍କର ପାଦଚିହ୍ନ
କାବ୍ଯଲକ୍ଷ୍ମୀ ! ଏ ହସ୍ତାନ୍ତରଣର ମାନେ ନାହିଁ କିଛି
ସପ୍ତପଦୀର ପରମ୍ପରାର ଛଳନା ତେଣୁ ଅର୍ଥହୀନ
ହୃଦୟ ଦାନର ସ୍ଵରଲୟ ଅଭ୍ୟାସ ବଶତଃ ବେସୁରା ହୋଇଛି।

ସଭ୍ୟ ସତ, ଶରୀର ଧର୍ମ କିନ୍ତୁ
ଗଲାଣି ତ ଉଭେଇ
ଆଦିମ ସ୍ନାୟୁର ପ୍ରତିକ୍ରିୟାରୁ ତଥାପି ମୁକ୍ତି ନାହିଁ
ତେଣୁ ମୁଁ ତୁମକୁ ଖୋଜି ବୁଲେ
ଦେଖ କୋଲକାତା ନଗରୀରେ
କାହିଁକି ତୁମର ଚୁକ୍ତି ନାହିଁ
ରିଜର୍ଭ ବ୍ୟାଙ୍କ ସାଥୀରେ !

ଅନୁବାଦ : ମନୋରଞ୍ଜନ ହୋତା 

Leave A Reply

Your email address will not be published.