ଦୁବାଇ: ଚଳିତ ଏସିଆ କପ କ୍ରିକେଟର ହାଇ ପ୍ରୋଫାଇଲ ମୁକାବିଲାରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୧୨୮ ରନର ଲକ୍ଷ୍ୟ ରଖିଛି । ଭାରତୀୟ ସ୍ପିନରଙ୍କ ମାୟାଜାଲରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇଥିଲେ । କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । କୂଲଦୀପ ଯାଦବ ୧୮ ରନରେ ୩ଟି ଏବଂ ଅକ୍ଷର ପଟେଲ ୨ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯଶପ୍ରୀତ ବୁମରାହ ୨ଟି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଓ ବରୁଣ ଚକ୍ରବର୍ତି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
୧୧୧ ରନରେ ୯ଟି ୱିକେଟ ହରାଇବା ପରେ ଶେଷ ଭାଗରେ ଶାହୀନ ଆଫ୍ରିଦୀ ୩୩ ରନ ଯୋଗୁ ଦଳ ଏକ ଆଭରେଜ ସ୍କୋର କରିପାରିଥିଲା । ଶାହେବଜାଦା ଫରହାନ ସର୍ବାଧିକ ୪୦ ରନ କରିଥିଲେ । ଟସ ଜିତି ପାକିସ୍ତାନ ଅଧିନାୟକ ସଲମାନ ଆଘା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଭାରତୀୟ ଟିମର ଫିଲ୍ଡିଂ ମଧ୍ୟ ଭଲ ରହିଥିଲା । ପାକିସ୍ତାନର ୬ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ ।
Comments are closed.