Latest Odisha News

BREAKING NEWS

ଚୋକସିଙ୍କୁ ପ୍ରତ୍ୟର୍ପଣ ପାଇଁ ଭାରତ ପଠାଇଲା ଡକ୍ୟୁମେଂଟ,ପ୍ରାଇଭେଟ ଜେଟ

ନୂଆଦିଲ୍ଲୀ: ମେହୁଲ ଚୋକସି ଗୁରୁତର ଅପରାଧ କରିଛନ୍ତି ଏବଂ ତାଙ୍କୁ ପ୍ରତ୍ୟର୍ପଣ କରଯାଉ ବୋଲି ଭାରତ ସରକାର ଆଂଟିଗୁଆ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏଥିପାଇଁ ଭାରତ ପ୍ରତ୍ୟର୍ପଣ ଡକ୍ୟୁମେଂଟ ଏବଂ ପ୍ରାଇଭେଟ ଜେଟ ମଧ୍ୟ ପଠାଇଛି । ଆଂଟିଗୁଆ ସରକାର ଏଥିପାଇଁ ଅନୁମତି ପ୍ରଦାନ କଲେ ମେହୁଲଙ୍କୁ ଭାରତ ହସ୍ତାନ୍ତର କରାଯିବ ।

ସୂଚନାଯୋଗ୍ୟ, ଆଂଟିଗୁଆରୁ ଫେରାର ହୋଇଥିବା ମେହୁଲ ଡୋମିନିକାରେ ଧରା ପଡିଥିଲେ । ସୂଚନାଯୋଗ୍ୟ, ଚୋକସି ଓ ତାଙ୍କ ଭଣଜା ନୀରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କାର ହେରଫେର କରିଛନ୍ତି । ନୀରବ ମୋଦି ଲଣ୍ଡନ ଜେଲରେ ବନ୍ଦୀ ଅଛନ୍ତି । ଚୋକସୀ ୨୦୧୭ରେ ଆଂଟୁଗୁଆର ନାଗରିକତା ହାସଲ କରିଥିଲେ । ଉଭୟଙ୍କୁ ଆଣିବା ପାଇଁ ଭାରତ ସରକାର ପକ୍ଷରୁ ଉଦ୍ୟମ ଜାରୀ ରହିଛି ।

Leave A Reply

Your email address will not be published.