Latest Odisha News

BREAKING NEWS

ଦେଶରେ ୭୫ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ : ସାରା ଦେଶରେ ଜାରି ରହିଛି ମହାମାରୀ କରୋନାର ପ୍ରକୋପ । କରୋନାକୁ ମାତ୍ ଦେବାକୁ ଦେଶରେ ଜାରି ରହିଛି ଟିକାକରଣ । ଏଭଳି ସ୍ଥିତିରେ କରୋନା ବିରୋଧରେ ଦେଶକୁ ମିଳିଛି ସଫଳତା । ଏହାରି ଭିତରେ ଦେଶରେ ୭୫ କୋଟି ଟପିଛି ଟିକାକରଣ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ମହାମାରୀ କରୋନାକୁ ରୋକିବା ପାଇଁ ବର୍ତ୍ତମାନ ସୁଦ୍ଧା ଦେଶରେ ୭୫ କୋଟିରୁ ଅଧିକ ଟିକା ଦିଆଯାଇଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

ବିଶ୍ବର ସବୁଠୁ ବଡ ଟିକାକରଣ ଅଭିଯାନ ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି କରିଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ଅମୃତ ମହୋତ୍ସବ ତଥା ସ୍ବାଧୀନତାର ୭୫ତମ ବର୍ଷରେ ଦେଶ ୭୫ କୋଟି ଟିକାକରଣ ପୂରଣ କରିଥିବା ନେଇ ନିଜ ଟ୍ବିଟରେ ଲେଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ସେହିପରି ଟିକାକରଣରେ ରେକର୍ଡ ନେଇ ଭାରତକୁ ପ୍ରଶଂସା କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ପ୍ରଥମ ୧୦ କୋଟି ଡୋଜ ଦେବା ପାଇଁ ୮୫ ଦିନ ଲାଗିଥିଲା । କିନ୍ତୁ ୬୫ରୁ ୭୫ କୋଟି ଡୋଜ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଭାରତକୁ ମାତ୍ର ୧୩ ଦିନ ସମୟ ଲାଗିଛି ।

Leave A Reply

Your email address will not be published.