Latest Odisha News

BREAKING NEWS

ଅସୁରକ୍ଷିତ କାକଟପୁର ମା’ ମଙ୍ଗଳା ମନ୍ଦିର, ଗର୍ଭ ଗୃହରେ ଫାଟ

କୋଣାର୍କ: ଲଘୁଚାପ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି । କିଛି ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିବା କିଛି ସ୍ଥାନରେ ଲୋକେ ପାଣି ଘେରରେ ରହିଛନ୍ତି । ଜୀବନଯାତ୍ରା ବେଶ୍ ପ୍ରଭାବିତ ହୋଇଛି । ସେହିଭଳି କିଛି ସ୍ଥାନରେ ମଠ ମନ୍ଦିର ଗୁଡିକରେ ପାଣି ପଶିଯିବା ଯୋଗୁ ଜଳ ନିଷ୍କାସନ କରିବା ବି ମୁସ୍କିଲ ହୋଇ ପଡିଛି ।

ଭଦ୍ରକ ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭ ଗୃହରେ ପାଣି ପଶିଯାଇଥିବା ବେଳେ କାକଟପୁରରେ ମଧ୍ୟ ସମାନ ସ୍ଥିତି । ବର୍ଷା ଯୋଗୁ କାକଟପୁର ମା’ମଙ୍ଗଳାଙ୍କ ମନ୍ଦିରରେ ଦୟନୀୟ ସ୍ଥିତି । ମଙ୍ଗଳାଙ୍କ ଗର୍ଭଗୃହରେ ଫାଟ ଥିବାରୁ ବର୍ଷା ପାଣି ଗର୍ଭ ଗୃହରେ ଯେମିତି ଲହଡି ଭାଙ୍ଗୁଛି । ତା ସହିତ ନାଟ୍ୟ ମଣ୍ଡପରୁ ନେଇ ଭୋଗ ମଣ୍ଡପ ଯାଏଁ ସବୁଠି ଗଳୁଛି ପାଣି ।

ଉତ୍ତର ଦ୍ୱାରରେ ମଧ୍ୟ ବର୍ଷା ପାଣି ଗଳିବା ଓ ଛାତ ଫାଟି ବଡ଼ ବଡ଼ ସିମେଣ୍ଟ ପଥର ଖସୁଛି । ଯାହାଫଳରେ ସେବାୟତ ଓ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l ଅନ୍ୟପକ୍ଷରେ ମନ୍ଦିର ବାହାରେ ଯାଉଥିବା ରାସ୍ତାରେ ସିମେଣ୍ଟ ଗୋଡି ଢଳାଇ ରାସ୍ତାକୁ ଠିକାଦାର ଉଞ୍ଚା କରିଦେବା ହେତୁ, ମନ୍ଦିରର ଚତୁପାର୍ଶ୍ୱରେ ଡ୍ରେନେଜ ବ୍ୟବସ୍ଥା ହୋଇନାହିଁ । ଯାହାଫଳରେ ଅଧିକ ବର୍ଷା ହେଲେ, ବାହାରର ଆବର୍ଜନା ପାଣି ମନ୍ଦିର ବେଢା ଭିତରକୁ ପସୁଛି ।

ମା’ଙ୍କ ନୀତିକାନ୍ତିରେ ଅସୁବିଧା ହେଉଥିବା ନେଇ ସେବାୟତମାନେ ପ୍ରତିକ୍ରିୟା ଦେଉଛନ୍ତି । ପ୍ରବଳ ବର୍ଷା ଯୋଗୁଁ କାକଟପୁର ବ୍ଲକର ବିଭିନ୍ନ ଅଞ୍ଚଳ ବର୍ଷା ଜଳରେ ବୁଡ଼ିଯାଇଥିବା ବେଳେ ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି ।

 

Leave A Reply

Your email address will not be published.