Latest Odisha News

BREAKING NEWS

ଆସନ୍ତା ୧୨ରେ ଭାରତ ବନ୍ଦ ଡାକରା, ଧର୍ମଘଟକୁ ଓହ୍ଲାଇବେ ଦେଶର ୫୦ କୋଟି ଶ୍ରମିକ କର୍ମଚାରୀ

ଭୁବନେଶ୍ୱର: ଆସନ୍ତା ୧୨ରେ ଭାରତ ବନ୍ଦ । ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦେଇଛି ସିଆଇଟିୟୁ ସମେତ ସମଗ୍ର ଦେଶର ପ୍ରମୁଖ ଦଶଟି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଏବଂ ବ୍ୟାଙ୍କ, ବୀମା, କେନ୍ଦ୍ର ରାଜ୍ୟ ସରକାରୀ କର୍ମଚାରୀ ସଂଗଠନ ସମୂହ । ଚାରି ଶ୍ରମକୋଡ଼ ରଦ୍ଦ, ବିହନ ବିଲ ୨୦୨୫ ରଦ୍ଦ, ବିଜୁଳି ସଂଶୋଧନ ବିଲ ୨୦୨୫ ରଦ୍ଦ, ଭିବି ରାମଜି ଆଇନ ରଦ୍ଦ ନ କଲେ ସାରା ଦେଶରେ ନିଆଁ ଜଳିବ ବୋଲି କୁହାଯାଇଛି ।

ସିଟୁ ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ କହିଛନ୍ତି ଯେ, ସରକାର ସେଦିନ ଶ୍ରମିକ ସାମ୍ମୁଖ୍ୟର ଶକ୍ତି ଦେଖିବେ । ବଡ଼ବିଲ, କୋଇଡା, କାଲଟା, ବଣେଇ, ରାଉରକେଲା, କାଳୁଙ୍ଗା, ଝାରସୁଗୁଡା, ଅନୁଗୁଳ, କଳିଙ୍ଗ ନଗର, ପାରାଦୀପ, ଦାମନଯୋଡ଼ି, ରାୟଗଡ଼ା ଭଳି ରାଜ୍ୟର ସମସ୍ତ ଖଣି ଓ ଶିଳ୍ପାଞ୍ଚଳରେ ଶ୍ରମିକମାନେ ବନ୍ଦ କରିବେ ।

ଏନଟିପିସି, ନାଲକୋ, ବିଦ୍ୟୁତ, ରେଳପଥ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କାରଖାନା, ପରିବହନ, ବ୍ୟାଙ୍କ, ବୀମା ଇତ୍ୟାଦି ସରକାରୀ ଅଫିସରେ ତାଲା ଝୁଲିବ । ସବୁ ପ୍ରମୁଖ ରାସ୍ତାରେ ଶ୍ରମିକ ଓ ଅନ୍ୟ ଆନ୍ଦୋଳନକାରୀ ପିକେଟିଂ କରିବେ ବୋଲି ସେ କହିଛନ୍ତି ।

ଏହିଦିନ ଓଡ଼ିଶାରେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ସିଟୁ ରାଜ୍ୟ ସମ୍ପାଦକ ମଣ୍ଡଳୀ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସିଟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି, କେନ୍ଦ୍ର ସରକାର ବିଚିତ୍ର ଶ୍ରମିକ ଆଇନ୍‌ ଲାଗୁ କରିବାକୁ ହୀନ ଚକ୍ରାନ୍ତ କରୁଛନ୍ତି । ଏହାର ପ୍ରତିବାଦରେ ଦେଶର ୫୦ କୋଟି ଶ୍ରମିକ କର୍ମଚାରୀ ଧର୍ମଘଟକୁ ଓହ୍ଲାଇବେ ।

Leave A Reply

Your email address will not be published.