Latest Odisha News

ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଲା ଭାରତ-‘ଏପରି ମାନସିକତା ପାଇଁ ଆମ ପାଖରେ କେବଳ ସହାନଭୂତି ଅଛି’

ନୂଆଦିଲ୍ଲୀ: ଜାତିସଂଘରେ ପୁଣି ମୁହାଁମୁହିଁ ଭାରତ-ପାକିସ୍ତାନ । ପାକିସ୍ତାନ ସ୍ଥାୟୀ ସଦସ୍ୟଙ୍କ ଭାରତ ବିରେଧୀ ବକ୍ତବ୍ୟ ଉପରେ କଡ ଟୀପ୍ପଣୀ ଶୁଣାଇଛି ଭାରତ ।  ଜାତିସଂଘର ସ୍ଥାୟୀ ପ୍ରତିନିଧି  ରୁଚିରା କମ୍ବୋଜ ପାକିସ୍ତାନକୁ ତାହାର ଅଜ୍ଞାନ ମାନସିକତା ଏବଂ ଶାନ୍ତିର ସଂସ୍କୃତି ବୁଝିବାରେ ଅସମର୍ଥତା ପାଇଁ ସହାନଭୂତି ଦେଖାଇଛନ୍ତି । ସେ ବୁଧବାର ଜାତିସଂଘ ମହାସଭାରେ ଭାରତ ଉପରେ ପାକିସ୍ତାନର ଆକ୍ରମଣକୁ କଟାକ୍ଷ କରି କହିଛନ୍ତି, ଏପରି ମାନସିକତା ପ୍ରତି ଆମ ପାଖରେ ସହାନଭୂତି ବ୍ୟତିତ କିଛି ନାହିଁ । ଯିଏ ବାରମ୍ବାର ମିଛ କହୁଛି ଏବଂ ଶାନ୍ତି ସଂସ୍କୃତିର ଅଜ୍ଞାନତା ଭିତରେ ଯିଏ ଜନ୍ମ ନେଇଛି ତା ପାଇଁ ଏହା ବ୍ୟତୀତ ଆମ ପାଖରେ ଆଉ କିଛି ନାହିଁ।’

ରୁଚିରା ପାକିସ୍ତାନର ନାଁ ନ ନେଇ କହିଥିଲେ,  ପାକିସ୍ତାନର ଟୀପ୍ପଣୀ ଉପରେ ପ୍ରତିକ୍ରିୟା ରଖି ବିଧାନସଭାର ସମୟ ନଷ୍ଟ କରିବା ନାହିଁ । ସେ ପ୍ରତିନିଧିମଣ୍ଡଳଙ୍କୁ ଭାରତର ପୂର୍ବ ବୟାନ ଦେଖିବା ପାଇଁ ପରାର୍ମଶ ଦେଇଥିଲେ ।

ସେ କହିଥିଲେ, ଆମର ଏଜେଣ୍ଡା ରଚନାତ୍ମକ, ପ୍ରଗତିଶୀଳ ଏବଂ ମାନବ ସମାଜର ଭଲ ପାଇଁ ରହିବା ଉଚିତ । ଆମର ସଭ୍ୟତାର ଭାବନା ଅନୁସାରେ ଆମେ ମାନବବାଦ, ଲୋକତନ୍ତ୍ର, ଶାନ୍ତି ଏବଂ ଅହିଂସାର ବାର୍ତ୍ତା ପ୍ରଚାର କରିବା ଲାଗି ପ୍ରତିବଦ୍ଧ ।

ଏହା ପୂର୍ବରୁ ଶାନ୍ତିର ସଂସ୍କୃତି   ପ୍ରସ୍ତାବ ଉପରେ ଟିପ୍ପଣୀ ଦେଇ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମୁନୀର ଅକରମ କହିଥିଲେ ହିନ୍ଦୁତ୍ୱ ମୁସଲମାନ ଏବଂ ଇସାଇଙ୍କ ପାଇଁ ବିପଦ ହୋଇ ଛିଡା ହେଇଛି ।

ଏହାର ଉତ୍ତରରେ ରୁଚିରା କମ୍ବୋଜ କହିଥିଲେ, ‘ଯେତେବେଳେ ତାଙ୍କର ଦେଶ ସାମ୍ବିଧାନିକ ରୂପରେ ଏକ ଇସଲାମିକ ଦେଶ ଏବଂ ଯିଏ  ଅଳ୍ପସଂଖ୍ୟକଙ୍କ ଅଧିକାର ଉପରେ ଅଙ୍କୁଶ ଲଗାଇଛନ୍ତି । ଏଥିରେ କିଛି ମୁସଲମାନ ସଂପ୍ରଦାୟର ସଦସ୍ୟ ସାମିଲ ଅଛନ୍ତି । ଏମାନେ ଆଇନ ଅନୁଯାୟୀ ନିଜର ଧର୍ମର ଅପମାନ ପାଇଁ ମୃତ୍ୟୁ ଦଣ୍ଡ ଦେଇପାରନ୍ତି  । ହେଲେ  ଅକରମ ସଂଘ ପରିବାର  ଭାରତକୁ ଏକ ହିନ୍ଦୁ ରାଷ୍ଟ୍ରରେ ବଦଳାଇବା ପାଇଁ ଇଚ୍ଛା ରଖିଥିବା ଅଭିଯୋଗ ଆଣିଛନ୍ତି ।‘ ଏହା କେତେଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି ।

 

Leave A Reply

Your email address will not be published.