Latest Odisha News

BREAKING NEWS

ଗୁଜରାଟ ନିକଟତର ହେଉଛି ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’, ସନ୍ଧ୍ୟାରେ ଛୁଇଁବ ସ୍ଥଳଭାଗ

ଭୁବନେଶ୍ୱର: ଉତ୍ତରପୂର୍ବ ଆରବ ସାଗରରେ ଶକ୍ତିଶାଳୀ ହେଉଛି ବାତ୍ୟା ‘ବିପର୍ଯ୍ୟୟ’ । ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’ ଏବେ ଗୁଜରାଟର ଜଖଉ ବନ୍ଦର ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୧୨୦ କିଲୋମିଟର ଦୂରରେ ରହିଥିବା ବେଳେ ଦ୍ୱାରକା ଠାରୁ ପଶ୍ଚିମ-ଉତ୍ତରପଶ୍ଚିମରେ ୧୭୦ କିଲୋମିଟର ଦୂରରେ ରହିଛି ।

ଏବେ ସମୁଦ୍ରରେ ବାତ୍ୟା ‘ବିପର୍ଯ୍ୟୟ’ ପ୍ରଭାବରେ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ବେଗରେ ପବନ ବହୁଛି । ଗୁଜରାଟର ପୋରବନ୍ଦର, ନାଲିୟା ଓ ଭୁଜ୍ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି । ବାତ୍ୟା ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଗତି କରୁଥିବା ବେଳେ ଶକ୍ତିଶାଳୀ ହେବାରେ ଲାଗିଛି ।

ବାତ୍ୟା ‘ବିପର୍ଯ୍ୟୟ’ ଆଜି ସନ୍ଧ୍ୟାରେ ଗୁଜରାଟର ସୌରାଷ୍ଟ୍ର ଓ କଚ୍ଛ ସଂଲଗ୍ନ ପାକିସ୍ତାନ ଉପକୂଳର ଜଖଉ ବନ୍ଦର ନିକଟରେ ସ୍ଥଳ ଭାଗ ଛୁଇଁପାରେ । ବାତ୍ୟା ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ବିଳମ୍ବିତ ରାତି ଯାଏ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ପ୍ରଭାବରେ ସମୁଦ୍ରରେ ୨ରୁ ୩ ମିଟର ଉଚ୍ଚର ଜୁଆର ଆସିବା ଆଶଙ୍କା କରାଯାଉଛି । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ଘଣ୍ଟାପ୍ରତି ପବନର ବେଗ ୧୧୫ରୁ ୧୨୫ କିଲୋମିଟର ଏବଂ ଝଡ଼ ପବନର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ରହିପାରେ ।

ବାତ୍ୟାକୁ ନେଇ ପ୍ରଶାସନ ସଜାଗ ରହିଥିବା ବେଳେ ଉପକୂଳ ଅଞ୍ଚଳରୁ ପ୍ରାୟ ୧ ଲକ୍ଷ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏବେ ଗୁଜରାଟର କାଲୋଲ, ଗାନ୍ଧୀନଗରରେ ପ୍ରବଳ ବର୍ଷା ସହ ପବନ ହେଉଥିବା ବେଳେ ବାତ୍ୟା ‘ବିପର୍ଯ୍ୟୟ’ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।

Leave A Reply

Your email address will not be published.