Latest Odisha News

BREAKING NEWS

ଜାତିସଂଘ ମାନବାଧିକାର ମୁଖ୍ୟଙ୍କ ଉପରେ ବର୍ଷିଲା ଭାରତ

ଜେନେଭା: କାଶ୍ମୀର ଏବଂ ମଣିପୁରକୁ କେନ୍ଦ୍ର କରି ଜାତିସଂଘ ମାନବାଧିକାର ମୁଖ୍ୟ ବୋଲକର ଚର୍କ ଦେଇଥିବା ମନ୍ତବ୍ୟକୁ ବ୍ଯର୍ଥ ଓ ନିରାଧାର କହିବା ସହ ନିନ୍ଦା କରିଛି ଭାରତ।

ବିଶ୍ୱ ବିକାଶ ସମ୍ପର୍କରେ ଭାଷଣ ଦେବା ସମୟରେ ମାନବାଧିକାର ମୁଖ୍ୟ କାଶ୍ମୀର ଏବଂ ମଣିପୁରର କଥା ଉଠାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏଥିରେ ପାକିସ୍ତାନର ନାମ ଉଠାଇନଥିଲେ। ଯେଉଁଠାରେ କି ଅଳ୍ପସଂଖ୍ୟକମାନଙ୍କ ଉପରେ ହେଉଥିବା ନିର୍ଯାତନା ବିଷୟରେ ସାରା ବିଶ୍ବ ଅବଗତ ଅଛି।

ସୋମବାର ଦିନ ଜେନେଭାରେ ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂଗଠନରେ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ଅରିନ୍ଦମ ବାଗଚୀ ଭାରତକୁ ସମ୍ବୋଧନ କରି କହିଥିଲେ ଯେ ଭାରତ  ବିଶ୍ୱର ସର୍ବବୃହତ ଗଣତନ୍ତ୍ର। ଏହା ଏକ ସ୍ବଚ୍ଛ, ଜୀବନ୍ତ ଏବଂ ବହୁବିଧ ସମାଜ। ଆମ ନାଗରିକ ସମାଜର ସୁଦୃଢତା ଏବଂ ଖୋଲାମିଞ୍ଜାସକୁ ଭଲଭାବେ ବୁଝିବା ଉଚିତ୍। ଦେଶର ଆଭ୍ୟନ୍ତରୀଣ ଚାଲେଞ୍ଜକୁ ଆନ୍ତର୍ଜାତୀୟ ସମୂହ ସମ୍ବେଦନଶୀଳ ହୋଇ ବୁଝିବା ଉଚିତ୍।

 

 

Comments are closed.