Latest Odisha News

ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟେଷ୍ଟ, ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ଆରମ୍ଭ

ରାଞ୍ଚି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସମୁଦାୟ ୩ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବାକୁ ଥିବାବେଳେ ଶନିବାର ଦିନ ୩ୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେଉଛି।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରାଞ୍ଚିର ଝାଡଖଣ୍ଡ ରାଜ୍ୟ କ୍ରିକେଟ୍ ସଂଘ(ଜେଏସସିଏ) ଷ୍ଟାଡିୟମ ଠାରେ ଏହି ୩ୟ ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଏହାବ୍ୟତିତ ଟିମ୍ ଇଣ୍ଡିଆ ୧୧ ଜଣିଆ ଖେଳାଳି ମଧ୍ୟରେ ସାମାନ୍ୟ ପରିବର୍ତ୍ତନ କରିଛି । ଦଳ ଏହି ମ୍ୟାଚରେ ଇଶାନ୍ତ ଶର୍ମାଙ୍କ ବଦଳରେ ଶାହବାଜ ନଦୀମଙ୍କୁ ଟିମରେ ସାମିଲ କରିଛି ।

ସେହିପରି ଏହି ଟେଷ୍ଟ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ୩-୩ରେ ସିରିଜ୍ ହାତେଇବା ଲକ୍ଷ୍ୟ ରଖିଛି । ତେବେ ଏଯାବତ୍ କୌଣସି ମ୍ୟାଚ୍ ଜିତିନଥିବା ଦକ୍ଷିଣ ଆଫ୍ରିକା ଦଳ ଏହି ଅନ୍ତିମ ମ୍ୟାଚ ଜିତିବା ଲାଗି କଡା ଟକ୍କର ଦେବ ।

ଏହି ମ୍ୟାଚରେ ଓପନିଂ ବ୍ୟାଟ୍ସମ୍ୟାନ ଭାବେ ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲ୍ ପାଳି ଆରମ୍ଭ କରିବା ସହ ନିଜର ପୂର୍ବ ସଫଳତା ଦୋହରାଇବା ପାଇଁ ଆପ୍ରାଣ ଉଦ୍ୟମ କରିବେ ।

ଭାରତୀୟ ଦଳ- ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ୍, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଉମେଶ ଯାଦବ, ରିଦ୍ଧିମାନ ଶାହ,ରବି ଚନ୍ଦ୍ରନ ଅଶ୍ୱିନୀ, ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି ଓ ଶାହବାଜ ନଦୀମ।

Comments are closed.