Latest Odisha News

BREAKING NEWS

କଟକରେ ଯୁବକଙ୍କୁ ଗୁଳିମାଡ ଅଭିଯୋଗ

କଟକ: କଟକ ଜିଲ୍ଲା ବାଙ୍କି ଅନ୍ତର୍ଗତ ମଧୁଆପଲ୍ଲି ରାସ୍ତା ନିକଟରେ କେହି ଦୁବୃର୍ତ୍ତ ଜଣେ ଯୁବକଙ୍କୁ ଗୁଳିମାଡ କରିବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

ମୃତକ ଜଣକ ସ୍ଥାନୀୟ ମଣିପୁର ଗ୍ରାମର ଅର୍ଜୁନ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଯୁବକଙ୍କୁ ମଧୁଆପଲ୍ଲୀ ନିକଟ ରାସ୍ତାରେ ମୁଣ୍ଡକୁ ଗୁଳିମାଡ କରିଥିଲେ । ପରେ ଘଟଣାସ୍ଥଳରୁ ଦୁବୃର୍ତ୍ତମାନେ ଫେରାର ହୋଇଯାଇଥିଲା ।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଇଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ପୂର୍ବ ଶତ୍ରୁତାରୁ ଯୁବକଙ୍କୁ କେହି ଗୁଳିମାଡ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.