ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଆଜି ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଇଂଲଣ୍ଡର ଓଭାଲରେ ୭ରୁ ୧୧ ଜୁନ ପର୍ଯ୍ୟନ୍ତ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଟିମ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ୨୦୨୧ ଫାଇନାଲରେ ଭାରତ ୮ ୱିକେଟରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିଲା । ୧ ବର୍ଷ ପରେ ଭାରତୀୟ ଦଳକୁ ଅଜିଙ୍କ୍ୟ ରାହାଣେ ପ୍ରତ୍ୟାବର୍ତନ କରିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କୁ ଟିମରେ ସ୍ଥାନ ମିଳି ନାହିଁ । ସେହିପରି କେଏଲ ରାହୁଲଙ୍କୁ ସୁଯୋଗ ମିଳଛିି । ଆଘାତ ସମସ୍ୟା ଯୋଗୁ ଶ୍ରେୟାଶ ଆୟାର, ରିଷଭ ପନ୍ତ ଓ ଯଶପ୍ରୀତ ବୁମରାହଙ୍କୁ ଦଳରୁ ବାଦ ଦିଆଯାଇଛି । ସେମାନେ ସମ୍ପୂର୍ଣ୍ଣ ଭାବେ ଫିଟ ହେଲେ ତାଙ୍କ କଥା ବିଚାର କରାଯିବ ବୋଲି ଚୟନ କମିଟି ପକ୍ଷରୁ କୁହାଯାଇଛି ।
🚨 NEWS 🚨#TeamIndia squad for ICC World Test Championship 2023 Final announced.
Details 🔽 #WTC23 https://t.co/sz7F5ByfiU pic.twitter.com/KIcH530rOL
— BCCI (@BCCI) April 25, 2023
ଭାରତୀୟ ଟିମ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏଲ ରାହୁଲ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମୀ, ମହମ୍ମଦ ସିରାଜ, ଉମେଶ ଯାଦବ ଓ ଜୟଦେବ ଉନାଡକଟ ।
Comments are closed.