Latest Odisha News

ଫରହାଦଙ୍କ ହାତରୁ ଖସିଯିବ କି ହେରାଫେରୀ ୪

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ସଲମାନ ଖାଁଙ୍କ କିସି କା ଭାଇ କିସି କା ଜାନ ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିପାରି ନାହିଁ । ଏପରିକି ପ୍ରଶଂସକମାନେ ଏହାର ବିଫଳତା ନେଇ ନିର୍ଦ୍ଦେଶକ ଫରହାଦ ସାମଜୀଙ୍କୁ ଦାୟୀ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ହେରାଫେରୀ ୪ରେ ଫରହାଦଙ୍କୁ ନିର୍ଦ୍ଦେଶନା ଦାୟିତ୍ୱ ହଟାଇବା ପାଇଁ ଯୋଜନା ଆରମ୍ଭ ହୋଇଛି । ତାଙ୍କ ପ୍ରତି ପ୍ରଶଂସକଙ୍କ ନକାରାତ୍ମକ ମନୋଭାବ ରହିଥିବାରୁ ମେକର୍ସ ଏବେ ଫରହାଦଙ୍କୁ ରଖିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି । ପୂର୍ବରୁ ପପ କୌନ ଓ ବଚ୍ଚନ ପାଣ୍ଡେ ମଧ୍ୟ ଭଲ ବ୍ୟବସାୟ କରି ନ ଥିଲା ।

ଡିଷ୍ଟ୍ରିବ୍ୟୁଟର ଓ ଷ୍ଟୁଡିଓ ମାଲିକମାନେ ମଧ୍ୟ ଫରହାଦ ବିପକ୍ଷରେ ରହିଛନ୍ତି । ତେବେ ଏ ନେଇ କୌଣସି ଚୂଡାନ୍ତ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଫରହାଦ ଏକ ସାକ୍ଷାତକାରରେ କହିଥିଲେ ମୋ ଫ୍ଲପ ଫିଲ୍ମକୁ ନେଇ ସର୍ବଦା ଆଲୋଚନା ହେଉଛି । କେହି କେବେ କହୁ ନାହାନ୍ତି ମୁଁ ହାଉସଫୁଲ ୪ ଓ ଭୁଲ ଭୁଲୈୟା୨ ପରି ହିଟ ଫିଲ୍ମ ଦେଇଛି ।

Leave A Reply

Your email address will not be published.