Latest Odisha News

BREAKING NEWS

ଆଫଗାନିସ୍ତାନ ବିପକ୍ଷ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ: କୋହଲି, ରୋହିତ ଖେଳିବେ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଯଶପ୍ରୀତ ବୁମରାହ ଓ ରବୀନ୍ଦ୍ର ଜାଡେଜାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଦିନିକିଆ ଦଳରେ ରୋହିତ ଶର୍ମା, ବିରାଟ କୋହଲି ସ୍ଥାନ ପାଇଛନ୍ତି । ୩ ବର୍ଷ ପରେ ଈଶାନ କିଶାନ ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ବାମହାତୀ ସ୍ପିନର ମାନବ ସୁଥାର, ଗୁରନୂର ବରାର ଓ ହର୍ଷ ଦୁବେଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସୁଯୋଗ ମିଳିଛି । ଆଫଗାନିସ୍ତାନ ଜୁନ ୬ରେ ଭାରତ ଗସ୍ତରେ ଆସିବେ ।

ଦୁଇ ଟିମ ମଧ୍ୟରେ ଗୋଟିଏ ଟେଷ୍ଟ ଓ ୩ ଦିନିକିଆ ମ୍ୟାଚ ଖେଳାଯିବ । ରିଷଭ ପନ୍ତ ଉପ ଅଧିନାୟକ ପଦ ହାତଛଡା କରିଥିବା ବେଳେ ଏବେ କେଏଲ ରାହୁଲ ଏହି ଦାୟିତ୍ୱ ତୁଲାଇବେ । ଶୁଭମନ ଗିଲ ଉଭୟ ଟିମର ନେତୃତ୍ୱ ନେବେ । ରାହୁଲ ଟେଷ୍ଟ ଏବଂ ଶ୍ରେୟାଶ ଆୟାର ଦିିନିକିଆ ଟିମର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । ଟେଷ୍ଟ ମ୍ୟାଚ ମୁଲ୍ଲାପୁରରେ ୬ ଜୁନରୁ ଆରମ୍ଭ ହେବ । ସେହିପରି ଧର୍ମଶାଳା, ଲକ୍ଷ୍ନୌ ଓ ଚେନ୍ନାଇରେ ଯଥାକ୍ରମେ ୧୪, ୧୭ ଓ ୨୦ରେ ଦିିନିକିଆ ମ୍ୟାଚ ଖେଳାଯିବ ।
ଭାରତୀୟ ଟେଷ୍ଟ ଟିମ: ଶୁଭମନ ଗିଲ (ଅଧିନାୟକ), କେଏଲ ରାହୁଲ, ଯଶସ୍ୱୀ ଜୈସୱାଲ, ସାଈ ସୁଦର୍ଶନ, ରିଷଭ ପନ୍ତ, ଦେବଦତ ପାଡିକଲ, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୂଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ପ୍ରିନ୍ସ ଯାଦବ, ଗୁରନୂର ବରାର ଓ ହର୍ଷ ଦୁବେ ।

ଭାରତୀୟ ଦିିନିକିଆ ଟିମ: ଶୁଭମନ ଗିଲ(ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟାଶ ଆୟାର, କେଏଲ ରାହୁଲ, ଅର୍ଶଦୀପ ସିଂ, ଈଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୂଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନୂର ବରାର ଓ ହର୍ଷ ଦୁବେ ।

Leave A Reply

Your email address will not be published.