ପୁରୀ: ଆସନ୍ତା କାଲି ବୁଧବାର ଦିନ ବନକଲାଗି ନୀତି ପାଇଁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଚାରି ଘଣ୍ଟା ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଅନୁଯାୟୀ, ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ନୀତି ପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। “ବୁଧବାର, ୨୦ ମଇ ୨୦୨୬, ଜ୍ୟେଷ୍ଠ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସୂଚନା ଦିଆଯାଇଛି।
ପାରମ୍ପରିକ ଭାବରେ ଦତ୍ତ ମହାପାତ୍ର ସେବକ ଏବଂ ଖଡିପ୍ରସାଦ ଦଇତାପତି ସେବକମାନଙ୍କ ଦ୍ୱାରା ଏହି ନୀତି କରାଯାଏ। ତେବେ ଏହି ନିତିକାନ୍ତି ସମାପ୍ତ ହେବା ପରେ ଭକ୍ତମାନେ ରାତି ୧୦ଟା ପରେ ପୁନର୍ବାର ମହାପ୍ରଭୁଙ୍କ ଦର୍ଶନ କରିପାରିବେ।
Comments are closed.