Latest Odisha News

BREAKING NEWS

ଏବେ ବି ଭାରତ ସେମିରୁ ବିଦା ହେବା ଭୟ ରହିଛି

ସେଂଟ ଲୁସିଆ: ଚଳିତ ଟି୨୦ ବିଶ୍ୱକପରେ ଭାରତ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛି । ସେମିଫାଇନାଲରେ ପ୍ରବେଶ ପାଇଁ ଭାରତ ତାର ଶେଷ ସୁପର ଏଇଟରେ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବାକୁ ପଡିବ । ଭାରତ ସ୍ଥିତି ଭଲ ଥିଲେ ମଧ୍ୟ ଏବେ ବି ଭାରତର ସେମିଫାଇନାଲ ପ୍ରବେଶ ନିଶ୍ଚିତ ହୋଇନି । ଏପରିକି ସାମାନ୍ୟ ଭାଗ୍ୟ ଏବଂ ଭୂଲ ଭାରତକୁ ସେମିରୁ ବିଦା କରିବା ଆଶଙ୍କା ରହିଛି । ଅଷ୍ଟ୍ରେଲିଆ ଯଦି ଭାରତକୁ ୪୨ କିମ୍ବା ଏହାଠାରୁ ଅଧିକ ରନ ବ୍ୟବଧାନରେ ପରାସ୍ତ କରିବ ଏବଂ ଆଫଗାନିସ୍ତାନ ତାର ଶେଷ ଲିଗ ମ୍ୟାଚରେ ବାଂଲାଦେଶକୁ ୮୧ କିମ୍ବା ଏହାଠାରୁ ଅଧିକ ରନରେ ହରାଇବ ତେବେ ଭାରତ ବିଦା ହେବ ।

ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ସେମିରେ ପ୍ରବେଶ କରିବେ । ଏହି ସମ୍ଭାବନା ବହୁତ କମ ଥିଲେ ମଧ୍ୟ କ୍ରିକେଟ ଅନିଶ୍ଚିତତାର ଖେଳ ହୋଇଥିବାରୁ ଆଗୁଆ ଭବିଷ୍ୟବାଣୀ କରିବା ଉଚିତ ହେବନି । ବର୍ଷା ଯୋଗୁ ମ୍ୟାଚ ବାତିଲ ହେଲେ ଭାରତ ସହଜରେ ସେମିରେ ପ୍ରବେଶ କରିବ ।

Comments are closed.