Latest Odisha News

BREAKING NEWS

ଓଡିଶା ଉପକୂଳରୁ ହାଇପରସୋନିକ ଡେମନଷ୍ଟ୍ରେଟର ଭେହିକିଲର ସଫଳ ପରୀକ୍ଷଣ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରର ଆଇଟିଆରରୁ ବୁଧବାର ଦିନ ହାଇପରସୋନିକ ଟେକ୍ନୋଲୋଜି ଡେମୋନଷ୍ଟ୍ରେଟର ଭେହିକିଲ୍ (ଏଚଏସଟିଡିଭି)ର ସଫଳ ପରୀକ୍ଷଣ ହୋଇଛି ।

ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥାନ (ଡିଆରଡ଼ିଓ)ର ବରିଷ୍ଠ ବୈଜ୍ଞାନିକ ତଥା ପ୍ରତିରକ୍ଷା ସଚିବଙ୍କ ଉପସ୍ଥିତିରେ ସକାଳ ପ୍ରାୟ ୧୧ଟା ୨୨ମି. ରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି ।

ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ହାଇପରସୋନିକ ଟେକ୍ନୋଲୋଜି ଡେମୋନଷ୍ଟ୍ରେଟର ଭେହିକିଲ୍ (ଏଚଏସଟିଡିଭି)ର ସଫଳ ପରୀକ୍ଷଣ ହେବା ପରେ ଏବେ ଭାରତ ପକ୍ଷରୁ ଆକାଶ ମାର୍ଗରେ ଦୂରଗାମୀ ସୁପରସୋନିକ କ୍ରୁଜ୍ ମିଜାଇଲ୍ ଖୁବକମ୍ ଖର୍ଚ୍ଚରେ ଉତକ୍ଷେପଣ ହୋଇପାରିବ । ଏହି ଅତ୍ୟାଧୁନିକ ଯାନ ମାଧ୍ୟମରେ ଭାରତର ବୈଜ୍ଞାନିକମାନେ ମହାକାଶକୁ ସ୍ୱଳ୍ପ ଖର୍ଚ୍ଚରେ ଉପଗ୍ରହ ପ୍ରେରଣ କରିପାରିବେ । ଏହି ଏୟାରକ୍ରାଫ୍ଟର ଲମ୍ବ ୫.୬ମି. ଏବଂ ଚଉଡା ୩.୭ମି. ରହିଛି । ଏଥିରେ ଡବଲ୍ ସ୍କ୍ରାମଜେଟ୍ ଇଞ୍ଜନ ବ୍ୟବହାର କରାଯାଇଛି, ଯାହା ଶବ୍ଦର ଗତିଠାରୁ ୪ ଗୁଣ ବେଗରେ ଗତିକାରବାର କ୍ଷମତା ରହିଥିବା ନେଇ ଡିଆରଡିଓ ପକ୍ଷରୁ ସୂଚନା ମିଳିଛି ।

ଏଥିରେ ପ୍ରାୟ ୧ ମେଟ୍ରିକ୍ ଟନର ଅଣୁ ଓ ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରାଯାଇପାରିବ ।

Leave A Reply

Your email address will not be published.