Latest Odisha News

BREAKING NEWS

ଜାତୀୟ କରାଟେ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲେ ଓଡିଶାର ଭାଲେନା ଭାଲେଣ୍ଟିନା

ଭୁବନେଶ୍ୱର : ଚେନ୍ନାଇରେ ଆୟୋଜିତ ସିନିୟର୍ ନ୍ୟାସନାଲ୍ କରାଟେ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ଓଡିଶାର ଭାଲେନା ଭାଲେଣ୍ଟିନା । ଯାହା ରାଜ୍ୟ ପାଇଁ ପୁଣିଥରେ ଗୌରବ ଆଣିଦେଇଛି ।

ଜାତୀୟ ସ୍ତରର ଇଭେଣ୍ଟରେ ଏହା ତାଙ୍କର ୧୦ମ ସ୍ୱର୍ଣ୍ଣ ପଦକ ବୋଲି ସୂଚନା ମିଳିଛି ।

ସେ ନିଜର କୋଚ୍ ଶିହାନ୍ ଜେଏସ କାଲାଇମଣି, କେଏଆଇ କୋଚ୍ ସେଂସି କୀର୍ତ୍ତନ, ପରିବାର ବର୍ଗ, ସାଙ୍ଗସାଥୀ ଓ ତାଙ୍କ ସମର୍ଥକମାନଙ୍କୁ କୃତଙ୍ଗତା ଜଣାଇଛନ୍ତି । ଆହୁରି ମଧ୍ୟ ଏହି ଅବସରରେ ସେ କହିଛନ୍ତି, “ ଏହି ସ୍ୱର୍ଣ୍ଣ ପଦକ ଜିତିବା ସହ ମୁଁ କେଏଆଇ ସିନିୟର୍ ନ୍ୟାସନାଲ୍ କରାଟେ ଚାମ୍ପିଅନସିପରେ ୧୦ଟି ସ୍ୱର୍ଣ୍ଣ ପଦକ ହାତେଇବାର ସୌଭାଗ୍ୟ ଅର୍ଜନ କରିପାରିଛି” ।

Leave A Reply

Your email address will not be published.