Latest Odisha News

BREAKING NEWS

ବାଲିଷ୍ଟିକ୍ ମିସାଇଲ୍ ‘ପ୍ରଳୟ’ର ସଫଳ ପରୀକ୍ଷଣ

ବାଲେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ସଫଳତା । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର ‘ପ୍ରଳୟ’ ସଫଳତାର ସହ ପରୀକ୍ଷଣ କରାଯାଇଥିଲା । ଡ଼ିଆରଡ଼ିଓ ପକ୍ଷରୁ ବୁଧବାର ଓଡ଼ିଶା ଉପକୂଳ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ପ୍ରଳୟର ପରୀକ୍ଷଣ ହୋଇଥିଲା । ଯାହା ସମ୍ପୂର୍ଣ୍ଣ ସଫଳ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଭାରତର ପ୍ରତିରକ୍ଷା ବିଭାଗ ବିକଶିତ ଯୁଦ୍ଧକ୍ଷେତ୍ର ବ୍ୟବହାର ପାଇଁ ପ୍ରଳୟ ହେଉଛି ଏକ କଠିନ-ଇନ୍ଧନ ଭୂପୃଷ୍ଠରୁ ସର୍ଟ-ରେଞ୍ଜ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର । ପ୍ରଳୟର ଲକ୍ଷ୍ୟଭେଦ କ୍ଷମତା ୫୦୦ କିଲୋମିଟର ରହିଛି । ପ୍ରଳୟ ମିସାଇଲରେ ୧ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । ଏହାକୁ କଣ୍ଟ୍ରୋଲ ରୁମରୁ ବି ଗାଇଡ଼ କରାଯାଇପାରିବ ।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବାଲିଷ୍ଟିକ ମିସାଇଲ ପ୍ରଳୟ ଓଜନ ୫ଟନ୍ । ଏହା ଟାର୍ଗେଟକୁ ୧୦ ମିଟର ପରିଧି ମଧ୍ୟରେ ହିଟ୍ କରିପାରିବାର କ୍ଷମତା ରଖିଛି ।

Leave A Reply

Your email address will not be published.