Latest Odisha News

BREAKING NEWS

[ଭିଡିଓ] ମଦ ନିଷେଧ ରାଜ୍ୟରେ ମଦ ହରିଲୁଟ୍

ଭୁବନେଶ୍ୱର: ଭାରତର କିଛି ହାତଗଣତି ରାଜ୍ୟକୁ ମଦ ନିଷିଦ୍ଧାଂଚଳ ଭାବେ ଘୋଷଣା କରାଯାଇଛି । ତଥାପି ସେହି ରାଜ୍ୟମାନଙ୍କରେ ପ୍ରତିଦିନ ସାମ୍ନାକୁ ଆସିଥାଏ ବେଆଇନ ମଦ କାରବାର । ଏହି ତାଲିକାରେ ବିହାର ରାଜ୍ୟ ମଧ୍ୟ ସାମିଲ ଅଛି । ନିକଟରେ ଏହି ରାଜ୍ୟରେ ମଦ ହରିଲୁଟର ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

ଭାଇରାଲ୍ ଭିଡିଓରେ ମହିଳା ଓ ପୁରୁଷ ମିଳିତ ଭାବେ ଗୋଟିଏ ବୋଲେରୋ ଗାଡିରୁ ମଦ ଲୁଟ୍ କରିବାରେ ଦେଖାଯାଇପାରେ । ଗାଡିର ରେଜିଷ୍ଟ୍ରେସନ୍ ନମ୍ବରରୁ ଏହା ବିହାରର ଘଟଣା ବୋଲି ଜଣାପଡିଛି । ଆଜି ସକାଳୁ ଉଚ୍‌କାଗାଓଁ ଥାନା ଅନ୍ତର୍ଗତ ମହଚ୍ଛା ବଜାର ଅଂଚଳରେ ଏକ ଗାଡିରେ ମଦ ତସ୍କରି ହେଉଥିବା ଖବର ମିଳିଥିଲା । ତେବେ ଗାଡି ନିକଟରେ ପୋଲିସ ପହଂଚିବା ପୂର୍ବରୁ ସ୍ଥାନୀୟ ଲୋକେ ମାଡି ଆସିଥିଲେ ।

ଏହି ଘଟଣା ବିଷୟରେ ଖବର ପାଇ ପୋଲିସ ବହୁ ବିଳମ୍ବରେ ଘଟଣାସ୍ଥଳରେ ପହଂଚିଥିଲା । ହେଲେ ସେତେବେଳକୁ ଲୋକେ ମଦ ଧରି ଚମ୍ପଟ୍ ମାରିଥିଲେ । ମଦ ହରିଲୁଟ୍ ମାମଲାରେ ପୋଲିସ ୮ଜଣଙ୍କୁ ଗିରଫ କରିଥବା ନେଇ ସୂଚନା ରହିଛି ।

Leave A Reply

Your email address will not be published.