ନୂଆଦିଲ୍ଲୀ: କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ସ୍ପେନକୁ ପଛରେ ପକାଇ ୫ମ କରୋନା ପ୍ରଭାବିତ ଦେଶ ହୋଇଛି ଭାରତ ।
ଜନ୍ ହପକିନ୍ସ ରିପୋର୍ଟ ଅନୁଯାୟୀ ଗତ ଶନିବାର ଦିନ ଭାରତ ଇଟାଲିକୁ ଟପିଯାଇ ବିଶ୍ୱରେ କରୋନା ପ୍ରଭାବିତ ୬ଷ୍ଠ ଦେଶ ଭାବେ ପରିଗଣିତ ହୋଇଥିଲା । ତେବେ ଆଜି ୫ମ ସ୍ଥାନରେ ରହିଛି।
ଆହୁରି ମଧ୍ୟ ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ରବିବାର ଦିନ ୨,୪୬,୬୨୮ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।
କରୋନା ସଂକ୍ରମଣର ପ୍ରାୟ ୧,୨୦,୪୦୬ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୬୯୨୯ ଜଣ ପ୍ରାଣ ହରାଇଛନ୍ତି।
ଉଲ୍ଲେଖଯୋଗ୍ୟ, ଆମେରିକା, ବ୍ରାଜିଲ୍, ରୁଷ ଓ ବ୍ରିଟେନ୍ ପରେ କରୋନାଭାଇରସରେ ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ଭାରତ ରହିଛି ।
Comments are closed.