ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ କରିଥିବା ଭାରତୀୟ ହକି ଟିମ ଆନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ) ଷ୍ଟାର ପୁରସ୍କାର ଏକପ୍ରକାର ପୋଛି ନେଇଛି । ଭାରତକୁ ପ୍ଲେୟାର ଅଫ ଦି ଇୟର, ଗୋଲକିପର ଅଫ ଦି ଇୟର, ରାଇଜିଂ ଷ୍ଟାର ଅଫ ଦି ଇୟର ଓ କୋଚ ଅଫ ଦି ଇୟର ପୁରସ୍କାର ମିଳିଛି । ସେହିପରି ଡ୍ରାଗ ଫ୍ଲିକର ଗୁରଜିତ କୌର ୪୬.୬୩ ପ୍ରତିଶତ ଓ ହରମନପ୍ରୀତ ସିଂ ୫୨.୧୧ ପ୍ରତିଶତ ଭୋଟ ପାଇ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଛନ୍ତି ।
ପିଆର ଶ୍ରୀଜେଶ ପୁରୁଷ ଶ୍ରେଷ୍ଠ ଗୋଲକିପର ଓ ସବିତା ପୁନିଆ ମହିଳା ଗୋଲକିପର ବିବେଚିତ ହୋଇଛନ୍ତି । ବିବେକ ପ୍ରସାଦ ଓ ଶର୍ମିଲା ଦେବୀ ରାଇଜିଂ ଷ୍ଟାର ପୁରସ୍କାର ପାଇଛନ୍ତି । ଭାରତୀୟ ମହିଳା ଟିମର କୋଚ ଜୋଏର୍ଡ ମାରିନ ଏବଂ ପୁରୁଷ ବିଭାଗରେ ରିଡ ମଧ୍ୟ ପୁରସ୍କାର ହାସଲ କରିଛନ୍ତି ।
Comments are closed.