Latest Odisha News

BREAKING NEWS

SAFF Under-19 Women’s Championship: ଭାରତୀୟ ଦଳ ଭୁଟାନକୁ ୮ଗୋଲରେ ପରାସ୍ତ କରି ଫାଇନାଲରେ ମାରିଲା ଏଣ୍ଟ୍ରି

ନୂଆଦିଲ୍ଲୀ: ବୁଧବାର ଦିନ ପୋଖରା ରଙ୍ଗଶାଲା ଷ୍ଟାଡିୟମରେ ଭାରତୀୟ ୧୭ ବର୍ଷରୁ କମ୍ ମହିଳା ଦଳ ଭୁଟାନକୁ ୮-୦ ଗୋଲରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛି। ଏହି ମ୍ୟାଚରେ ଭାରତ ପକ୍ଷରୁ ପର୍ଲ ଫର୍ଣ୍ଣାଣ୍ଡିସ୍ (୧୬’, ୩୯’, ୪୧’) ପ୍ରଥମାର୍ଦ୍ଧରେ ହ୍ୟାଟ୍ରିକ୍ ସ୍କୋର କରିଥିଲେ,ସେହିପରି ପ୍ରୀତିକା ବର୍ମନ (୨୫’, ୯୦’), ଆଲିଶା ଲିଙ୍ଗଡୋ (୬’), ଅଭିସ୍ତା ବାସନେଟ୍ (୧୦’), ଏବଂ ଦିବ୍ୟାନୀ ଲିଣ୍ଡା (୧୭’) ଗୋଟିଏ ଲେଖାଏଁ ଗୋଲ କରିଥିଲେ।

 

ଅନ୍ୟପଟେ ବୁଧବାର ଦିନ ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶ ଆୟୋଜକ ନେପାଳକୁ ୪-୦ ଗୋଲରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି ।

ତେବେ ଭାରତ – ବାଂଲାଦେଶ ମଧ୍ୟରେ ୭ ଫେବୃଆରୀ( ଶନିବାର) ଦିନ ୧୩:୪୫ IST ରେ ଫାଇନାଲ ମୁକାବିଲା ଖେଳାଯିବ । ମ୍ୟାଚ୍ ଟି Sportzworkz YouTube ଚ୍ୟାନେଲରେ ସିଧା ପ୍ରସାରିତ ହେବ।

ସୂଚନାଥାଉକି, ଭାରତୀୟ ୧୭ ବର୍ଷରୁ କମ୍ ବୟସର ମହିଳା ଦଳ ୨୦୨୬ ମସିହାରେ ଚୀନରେ ଅନୁଷ୍ଠିତ ହେବାକୁ ଥିବା AFC ୧୭ ବର୍ଷରୁ କମ୍ ବୟସର ମହିଳା ଏସୀୟ କପ୍ ପାଇଁ ପ୍ରସ୍ତୁତି ସ୍ୱରୂପ ଉଚ୍ଚ ବୟସ ଗୋଷ୍ଠୀ SAFF ୧୯ ବର୍ଷରୁ କମ୍ ବୟସର ମହିଳା ଚାମ୍ପିଅନସିପରେ ଅଂଶଗ୍ରହଣ କରୁଛି ।

 

Leave A Reply

Your email address will not be published.