Latest Odisha News

BREAKING NEWS

୭ମ ଥର ପାଇଁ ଭାରତ ଜିତିଲା ମହିଳା ଏସିଆ କପ ଟାଇଟଲ

ସିଲହଟ: ଶ୍ରୀଲଙ୍କାକୁ ଫାଇନାଲରେ ୮ ୱିକେଟରେ ହରାଇ ଭାରତ ୭ମ ଥର ପାଇଁ ମହିଳା ଏସିଆ କପ କ୍ରିକେଟ ଟାଇଟଲ ହାସଲ କରିଛି । ଟସ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ ହରାଇ ୬୫ ରନ କରିବାକୁ ସକ୍ଷମ ହୋଇଥିଲା । ଭାରତର ବୋଲରଙ୍କ ପାଖରେ ଶ୍ରୀଲଙ୍କା ଖେଳାଳି ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇ ପଡିଥିଲେ । ରେଣୁକା ସିଂ ଠାକୁର ୩ଟି ଏବଂ ରାଜେଶ୍ୱରୀ ଗାଏକ୍ୱାଡ ଓ ସ୍ନେହ ରଣା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଇନୋକା ରନବେରା ଶ୍ରୀଲଙ୍କା ପକ୍ଷରୁ ସର୍ବାଧିକ ୧୮ ରନ କରିଥିଲେ । ଜବାବରେ ଭାରତ ୮.୩ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ସ୍ମୃତି ମାନ୍ଧାନା ୨୫ ବଲରେ ୫୧ ରନ କରି ଅପରାଜିତ ରହିଥିଲେ । ତାଙ୍କ ଇନିଂସରେ ସେ ୬ ଚୌକା ଓ ୩ ଛକା ମାରିଥିଲେ ।

ଏସିଆ କପରେ ଭାରତ ୫ମ ଥର ପାଇଁ ଶ୍ରୀଲଙ୍କାକୁ ଫାଇନାଲରେ ପରାସ୍ତ କରିଛି । ଟିମ ଇଣ୍ଡିଆ ଓଭରାଲ ୮ ଥର ଫାଇନାଲରେ ପ୍ରବେଶ କରିଛି । ୨୦୦୮ରେ ଭାରତ ଶ୍ରୀଲଙ୍କାକୁ ଫାଇନାଲରେ ଶ୍ରୀଲଙ୍କାକୁ ଶେଷ ଥର ପାଇଁ ଫାଇନାଲରେ ହରାଇଥିଲା ।

Leave A Reply

Your email address will not be published.