Latest Odisha News

ଆମେରିକାରେ ବ୍ୟାନ୍ ଏହି ଗ୍ୟାସ ମେଡିସିନ୍..କିନ୍ତୁ ଭାରତରେ ରହିଛି ବହୁଳ ଚାହିଦା…

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତଥା ବ୍ୟବହୃତ ଗ୍ୟାସ ବା ଛାତି ପୋଡା ମେଡିସିନ୍ ରାନିଟିଡିନ୍ ଏବେ ଆମେରିକାରରେ ସଂପୂର୍ଣ୍ଣ ନିଷେଧ । ହେଲେ ଭାରତରେ ଏବେ ବି ଏହାର ଚାହିଦା ରହିଛି । ଭାରତ ବଜାରରେ ଏବେ ବି ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । ହେଲେ ଏମିତି କାହିଁକି? କାହିଁକି ଦେଶର ସ୍ବସ୍ଥ୍ୟ ମନ୍ତ୍ରାଳୟ ଏହାକୁ ଅଣଦେଖା କରିଛି । କ’ଣ ରହିଛି ଏହାର ସାଇଡ୍ ଇଫେକ୍ଟ ? ଆସନ୍ତୁ ଜାଣିବା ।

ତେବେ ବହୁ ଦିନ ଧରି ଯାଞ୍ଚାଧୀନ ଥିବା ଲୋକପ୍ରିୟ ପେଟ ପୋଡ଼ା ବା ଗ୍ୟାସ ମେଡିସିନ୍ ରାନିଟିଡିନ୍ ଭାରତରେ ଉପଲବ୍ଧ ହେବ । ଏହା ଉପରେ ସରକାରଙ୍କ ପକ୍ଷରୁ କୌଣସି ରୋକ୍ ଲଗାଯାଇନାହିଁ । କାରଣ ସରକାର ନିଶ୍ଚିତ କରିଛନ୍ତି ଯେ ଏହାର ଉତ୍ପାଦନ କିମ୍ବା ବିକ୍ରୟ ଉପରେ ନିଷେଧ କରିବାର କୌଣସି ଯୋଜନା ନାହିଁ । ଏନେଇ ରାଜ୍ୟସଭାରେ ଅବଗତ କରାଇ ଏହି ମାସର ଆରମ୍ଭରେ ଭାରତର ଔଷଧ ନିୟାମକ ସଂସ୍ଥା, କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ରାନିଟିଡିନ ନେଇ ଉଠିଥିବା ପ୍ରଶ୍ନ ଉପରେ କାମ କରୁଛି ବୋଲି ଦର୍ଶାଇଛି । ଏହି ମେଡିସିନରେ ଥିବା ଏକ ସମ୍ଭାବ୍ୟ କ୍ଷତିକାରକ ଅଶୁଦ୍ଧତା, ଏନ୍-ନାଇଟ୍ରୋସୋଡିମିଥାଇଲାମାଇନ୍ (NDMA) ର ଉପସ୍ଥିତି ଉପରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପଦକ୍ଷେପ ଗ୍ରହଣ କରିଛନ୍ତି ।

ରାନିଟିଡିନ୍ ପ୍ରଥମେ ୟୁରୋପରେ ୧୯୮୧ ମସିହାରେ ଗ୍ଲାକ୍ସୋ ହୋଲ୍ଡିଂସ୍ ଲିମିଟେଡ୍ ଦ୍ୱାରା ବିକଶିତ ହୋଇଥିଲା । ଯାହା ବର୍ତ୍ତମାନ ଗ୍ଲାକ୍ସୋସ୍ମିଥଲାଇନ୍ ପ୍ରଇଭେଟ ଲିମିଟେଡର ଏକ ଅଂଶ । ଏହାକୁ ୧୯୮୩ ମସିହାରେ ଅନ୍ୟ ୩୧ଟି ଦେଶ ସହିତ ପ୍ରଥମ ଆମେରିକୀୟ ଅନୁମୋଦନ ମିଳିଥିଲା । ଏହାକୁ ଜାଣ୍ଟାକ୍ ନାମରେ ଏକ ପ୍ରେସକ୍ରିପସନ୍ ଔଷଧ ଭାବରେ ଆରମ୍ଭ କରାଯାଇଥିଲା । ପରେ ଏହାର କାର୍ଯ୍ୟ ଦକ୍ଷତା ଅନୁଯାୟୀ, ଏହା ବନିଥିଲା ଏକ ଲୋକପ୍ରିୟ ଗ୍ୟାସ୍ ମେଡିସିନ୍ । ଯାହାର ଏବେ ବହୁଳ ଚାହିଦା ରହିଛି ।

ବର୍ତ୍ତମାନ ରାନିଟିଡିନ୍ ଭାବରେ ଜଣାଶୁଣା ଏହି ଔଷଧ ଏକ ହିଷ୍ଟାମିନ୍-2 ବ୍ଲକର୍ (ଲୁଣ), ଯାହା ପାକସ୍ଥଳୀ ଦ୍ୱାରା ସୃଷ୍ଟି ହୋଇଥିବା ଏସିଡ୍ ପରିମାଣକୁ ହ୍ରାସ କରେ । ଏହାକୁ ପେଟ ଏବଂ ଅନ୍ତନଳୀର ଅଲସର ଏବଂ ଗ୍ୟାଷ୍ଟ୍ରୋସୋଫେଜିଆଲ୍ ରିଫ୍ଲକ୍ସ ରୋଗ (GERD)ର ନିବାରଣରେ ବ୍ୟବହୃତ ହୋଇଥାଏ ।

ନ୍ୟାସନାଲ୍ ସେଣ୍ଟର୍ ଫର ବାୟୋଟେକ୍ନୋଲୋଜି ଇନଫର୍ମେସନ୍ ଅଧୀନରେ ଥିବା ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନର କହିବା ଅନୁଯାୟୀ, ହିଷ୍ଟାମିନ୍ ଏବଂ ପେଣ୍ଟାଗାଷ୍ଟ୍ରିନ୍ ଭଳି ଗୁପ୍ତକଣା ଦ୍ୱାରା ଗ୍ୟାଷ୍ଟ୍ରିକ୍ ଏସିଡ୍ କ୍ଷରଣ ଏବଂ ମୌଳିକ ଗ୍ୟାଷ୍ଟ୍ରିକ୍ କ୍ଷରଣ ଉଭୟକୁ ବାଧା ଦେଇଥାଏ ।

କିନ୍ତୁ ଏବେ ରାନିଟିଡିନକୁ ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଭଳି ଦେଶ ବ୍ୟାନ୍ କରିଛନ୍ତି । ଏହାର କ୍ୟାନସର ଭଳି ଏକ ରୋଗର କାରକ ବୋଲି ବିବେଚନା ହେବା ପରେ ଏହାକୁ ଏହି ସମୁ ଦେଶରେ ବ୍ୟାନ କରାଯାଇଛି । ଯାହା ଏବେ ବି ଭାରତରେ ଆସିଲୋକ୍, ରାଣ୍ଟାକ୍ ଏବଂ ଜିନେଟାକ୍ ଭଳି ବ୍ରାଣ୍ଡ ନାମରେ ବହୁଳ ଭାବରେ ବିକ୍ରି ହେଉଛି । ସରକାରୀ ପରିଚାଳିତ ଜନ ଔଷଧି ଷ୍ଟୋରଗୁଡ଼ିକରେ ରାନିଟିଡିନର ଜେନେରିକ୍ ସଂସ୍କରଣର ପ୍ରତି ଟାବଲେଟ୍ ଷ୍ଟ୍ରିପ୍ ପାଇଁ ମାତ୍ର ୬ ଟଙ୍କାରେ ବିକ୍ରି ହେଉଛି ।

କିନ୍ତୁ ସବୁଠୁ ବଡ କଥା ହେଉଛି ୨୦୨୨ରେ ଏଫଡିଏ ଦ୍ବାରା କରାଯାଇଥିବା ଏକ ପରୀକ୍ଷଣ କହୁଛି, ଏହି ଔଷଧରେ ଏନଡିଏମଏ ବା ଏନ୍-ନାଇଟ୍ରୋସୋଡିମିଥାଇଲାମାଇନର ମାତ୍ରା ବହୁତ କମ୍ । ଯାହାକୁ ଆମେରିକୀୟ ସ୍ୱାସ୍ଥ୍ୟ ସଂସ୍ଥା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ସ ଅଫ୍ ହେଲ୍ଥ ଦ୍ୱାରା ମଣିଷ ଶରୀରରେ କ୍ୟାନସର ସୃଷ୍ଟିକାରୀ କାରକ ଭାବରେ ବିବେଚନା କରାଯାଇଛି । ଯାହା ପେଟ, ଖାଦ୍ୟନଳୀ, ନାସୋଫାରିସ୍ ଏବଂ ମୂତ୍ରାଶୟ କର୍କଟ ସହିତ ଜଡିତ କରାଯାଇଛି । ଏଭଳି ସ୍ଥଳରେ ଭାରତ ସ୍ବାସ୍ଥ୍ୟ ବିଭାଗ କାହିଁକି ଏହାକୁ ଏବେ ବି ବଜାରରେ ବିକ୍ରି କରିବା ପାଇଁ ପ୍ରୋତ୍ସାହିତ କରୁଛି ତାହା ଏବେ ପ୍ରଶ୍ନ ସୃଷ୍ଟି କରିଛି ।

Comments are closed.