Latest Odisha News

BREAKING NEWS

ବଢିବ ଦିନ କମିବ ରାତି, ଆସନ୍ତାକାଲି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ

ଭୁବନେଶ୍ଵର: ଆସନ୍ତାକାଲି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ, ବଡ ରାତି । ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ । ଏହି ଦିନଟି ଉତ୍ତର ଗୋଲାର୍ଦ୍ଧରେ ବର୍ଷର ‘ସବୁଠାରୁ ଛୋଟ ଦିନ’ ହୋଇଥାଏ। ବର୍ଷର ଏହି ସବୁଠାରୁ ଛୋଟ ଦିନକୁ ୱିଣ୍ଟର ସୋଲଷ୍ଟିକ ବୋଲି କୁହାଯାଏ ।

ସୋଲଷ୍ଟିକ ହେଉଛି ଏକ ଲାଟିନ୍ ଶଦ୍ଦ । ଯାହାର ଅର୍ଥ ହେଉଛି ସୂର୍ଯ୍ୟ ଅସ୍ତ ହେବା । ପୃଥିବୀ ନିଜର କକ୍ଷ ପଥରେ ଘୂର୍ଣ୍ଣନ କରିବା ସହ ସୂର୍ଯ୍ୟ ଆଡକୁ ଗତି କରିଥାଏ । ତେବେ ଏହି ପ୍ରରିପେକ୍ଷୀରେ ପୃଥିବୀର ଏକ ଭାଗ ଯାହା ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଆସିଥାଏ, ଯାହାକୁ ସୋଲଷ୍ଟିକ ଶଦ୍ଦରେ ଯୋଡାଯାଇଥାଏ । ଆଜି ଉତ୍ତର ଗୋଲାର୍ଦ୍ଧରେ ଦିନ ସବୁଠାରୁ ଛୋଟ । ଅର୍ଥାତ୍ ଆଜିର ଦିନରେ ସୂର୍ଯ୍ୟ ପୃଥିବୀର ଏହି ଭାଗଅଂଶରେ ଖୁବ୍ କମ ସମୟ ପାଇଁ ନଜର ଆସିବ । ସେହିଭଳି ଦକ୍ଷିଣ ଗୋଲାର୍ଦ୍ଧରେ ଆଜି ସୂର୍ଯ୍ୟ ଅଧିକ ସମୟ ଧରି ରହିବ ।

ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଶୀତଦିନ ଆରମ୍ଭ ହୁଏ ବର୍ଷର ଏହି ସବୁଠାରୁ ଛୋଟ ଦିନରୁ ଓ ଧିରେ ଧିରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବ ହୁଏ। ମାର୍ଚ୍ଚରେ ବସନ୍ତର ଆଗମନକୁ ସୂଚାଇଥାଏ। ଦିନ ଓ ରାତିର ଅବଧି ପାଖାପାଖି ସମାନ ହୁଏ। ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷ ସାରା ଦିନର ଦୈର୍ଘ୍ୟରେ ବଡ଼ ପାର୍ଥକ୍ୟ ଅନୁଭୂତ ହୁଏ। ସେଠାରେ ଶୀତଋତୁରେ ଦିନଗୁଡ଼ିକ ଅତ୍ୟନ୍ତ ଛୋଟ ହୁଏ।

ଆସନ୍ତାକାଲି ଭୁବନେଶ୍ୱର ଏବଂ ପୁରୀରେ ଦିନର ଅବଧି ୧୦ ଘଣ୍ଟା ୫୫ ମିନିଟ ୪୦ ସେକେଣ୍ଡ ଏବଂ ରାତିର ଅବଧି ୧୩ ଘଣ୍ଟା ୪ ମିନିଟ ୨୦ ସେକେଣ୍ଡ ରହିବ । ଠିକ୍‌ ସେହିପରି ଓଡ଼ିଶାର ସୁନ୍ଦରଗଡ଼ ଓ ମାଲକାନଗିରିରେ ଦିନର ଅବଧି ଯଥାକ୍ରମେ ୧୦ ଘଣ୍ଟା ୪୬ ମିନିଟ ଏବଂ ୧୧ଘଣ୍ଟା ୧ ମିନିଟ ୫୦ ସେକେଣ୍ଡ ରହିବ । ଡିସେମ୍ବର ୨୨ ପରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ । ଫଳରେ ଦିନ ଧୀରେ ଧୀରେ ବଢେ । ଏହା ଏକ ବାର୍ଷିକ ଗତି । ମାର୍ଚ୍ଚ ୨୧ ଏବଂ ସେପ୍ଟେମ୍ବର ୨୩ ସୂର୍ଯ୍ୟ ବିଷୁବ ରେଖାରେ ରୁହନ୍ତି ଫଳରେ ଦିନ ଓ ରାତିର ସମୟ ସମାନ ଅର୍ଥାତ୍‌ ୧୨ ଘଣ୍ଟା ଲେଖାଏଁ ରହିବ ।

 

Leave A Reply

Your email address will not be published.