Latest Odisha News

BREAKING NEWS

ଆସନ୍ତା ମାର୍ଚ୍ଚରୁ ଆରମ୍ଭ ଜିପିଏସ୍ ଆଧାରିତ ଟୋଲ୍ ସଂଗ୍ରହ ବ୍ୟବସ୍ଥା, ଗାଡି କୁ ବିନା ଅଟକାଇ ଆଦାୟ ହେବ ଟଙ୍କା 

ନୂଆଦିଲ୍ଲୀ: ଟୋଲ ଆଦାୟ ରେ ବଦଳିବ ନିୟମ । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଜିପିଏସ୍ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବ । ଡ୍ରାଇଭରମାନଙ୍କୁ କେବଳ ସେତିକି ଟୋଲ ଫି ଦେବାକୁ ପଡିବ ଯେତିକି କିଲୋମିଟର ରାସ୍ତା ସେମାନେ ଯାତ୍ରା କରିଥିବେ । ଆଉ ସେମାନଙ୍କୁ ଟୋଲ ଗେଟ୍ ରେ ନ ଅଟକି ଏହି ଫି ଦେଇପାରିବେ । ଏହାଦ୍ବାରା ସମୟ ଓ ଟ୍ରାଫିକ ର ସମସ୍ୟା ରେ ସମାଧାନ ହେବ ।

 

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, ବର୍ତ୍ତମାନ ହାଇଓ୍ବେ ଟୋଲ୍ ପ୍ଲାଜା ରେ ଥିବା ସିଷ୍ଟମକୁ ବଦଳାଇବା ପାଇଁ ସରକାର ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଜିପିଏସ ଭିତ୍ତିକ ଟୋଲ ସଂଗ୍ରହ ବ୍ୟବସ୍ଥା ସମେତ ଅନେକ ନୂତନ ଟେକନୋଲୋଜି ପ୍ରଣୟନ କରିବେ । ଏହାର ଲକ୍ଷ୍ୟ ହେଉଛି ହାଇଓ୍ବେ ରେ ଟ୍ରାଫିକ ହ୍ରାସ କରିବା ଏବଂ ହାଇଓ୍ବେ ରେ ଯାତ୍ରା କରୁଥିବା ସଠିକ୍ ଦୂରତା ପାଇଁ ଡ୍ରାଇଭରମାନଙ୍କ ଠାରୁ ଟୋଲ୍ ସଂଗ୍ରହ କରିବା ।

 

ନିତିନ ଗଡକରୀ କହିଛନ୍ତି, “ଦେଶରେ ଟୋଲ୍ ପ୍ଲାଜା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ସରକାର ଜିପିଏସ ଆଧାରିତ ଟୋଲ୍ ସିଷ୍ଟମ ସମେତ ନୂତନ ଟେକ୍ନୋଲୋଜି ପ୍ରଣୟନ କରିବାକୁ ଚିନ୍ତା କରୁଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଆମେ ଦେଶରେ ଜିପିଏସ୍ ସାଟେଲାଇଟ୍ ଆଧାରିତ ଟୋଲ୍ ସଂଗ୍ରହ ଆରମ୍ଭ କରିବୁ”।

 

କେନ୍ଦ୍ର ମନ୍ତ୍ରୀ ଗଡକରୀ କହିଛନ୍ତି ଯେ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଅଟୋମେଟିକ୍ ନମ୍ବର ପ୍ଲେଟ୍ ଚିହ୍ନଟ ପ୍ରଣାଳୀର ଦୁଇଟି ପାଇଲଟ୍ ପ୍ରୋଜେକ୍ଟ ମଧ୍ୟ ଚଳାଇଛି । ୨୦୧୮-୧୯ ବର୍ଷରେ, ଟୋଲ୍ ପ୍ଲାଜାରେ ଯାନବାହାନକୁ ହାରାହାରି ଆଠ ମିନିଟ୍ ଅପେକ୍ଷା କରିବାକୁ ପଡୁଥିଲା । ୨୦୨୦-୨୧ ଏବଂ ୨୦୨୧-୨୨ ବର୍ଷରେ ଫାଷ୍ଟ୍ୟାଗ୍ ସିଷ୍ଟମ ଲାଗୁ ହେବା ସହିତ, ଏଥର ମାତ୍ର ୪୭ ସେକେଣ୍ଡକୁ ହ୍ରାସ ପାଇଛି । ଗଡକରୀ ଆହୁରୀ କହିଛନ୍ତି ଯେ, କେତେକ ସ୍ଥାନରେ, ବିଶେଷକରି ସହର ନିକଟବର୍ତ୍ତୀ ଜନବହୁଳ ସହର ଗୁଡିକରେ, ପୂର୍ବ ଅପେକ୍ଷା ଟୋଲ୍ ପ୍ଲାଜାରେ ଅପେକ୍ଷା କରିବା ସମୟ ଯଥେଷ୍ଟ ଉନ୍ନତ ହୋଇଛି ।

Leave A Reply

Your email address will not be published.