Latest Odisha News

ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ

ନୂଆଦିଲ୍ଲୀ:ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି। ଚଳିତ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ଜୁନ୍ ମୋଦି ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଘୋଷଣା ହୋଇଥିଲା । କିନ୍ତୁ ସେ ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଲଗାତାର ତୃତୀୟ ଥର ପାଇଁ ଏନଡିଏ ସରକାର ଗଢିବାକୁ ଯାଉଛି । ଚଳିତ ନିର୍ବାଚନରେ ବିଜେପି ୨୪୦ ଆସନ ହାସଲ କରିଛି । ବିଜେପି ସଂଖ୍ୟା ଗରିଷ୍ଠତା ପାଇ ନଥିଲେ ମଧ୍ୟ ଏନଡିଏ ମେଣ୍ଟ ୨୯୨ ଆସନରେ ବିଜୟ ହାସଲ କରିଛି  ।

ସେପଟେ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ଜୁନ  ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି  । ଶପଥ ସମାରୋହ ପାଇଁ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ମୋଦିଙ୍କ ଶପଥ ସମାରୋହରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରେମେସିଂହେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି  ।

ସେହିପରି ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ନେପାଳ ,ଭୁଟାନ ଏବଂ ମରିସସର ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବାର ସମ୍ଭାବନା ରହିଛି। ସୂଚନା ଥାଉକି,୨୦୧୯ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଅନେକ ଭିଭିଆଇପିଙ୍କ ସମେତ ୮,୦୦୦ ଅତିଥି ଯୋଗ ଦେଇଥିଲେ ।

Leave A Reply

Your email address will not be published.