ଓଡ଼ିଶା ସମ୍ୱାଦ ବ୍ୟୁରୋ: ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ କିଏ ମାରିବ ବାଜି ? ଭାରତ ନା ନ୍ୟୁଜିଲାଣ୍ଡ ? କିଏ ଟେଷ୍ଟରେ ବେଷ୍ଟ ? ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପରେ ଆଜି ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଟକ୍କର ହେବ । ଟିମ୍ କୋହଲି ବନାମ ଟିମ୍ କେନ୍ । ମୁକାବିଲା ଜୋରଦାର ହେବା ଅନୁମାନ କରାଯାଉଛି । ଦୁଇ ଦଳର ପଲ୍ଲା ଭାରି ଅଛି । ଭାରତୀୟ ସମୟ ଅପରାହ୍ଣ ୩ଟାରେ ଆରମ୍ଭ ହେବ ମ୍ୟାଚ୍ । କୋଟି କୋଟି କ୍ରିକେଟ ଫ୍ୟାନଙ୍କ ନଜର ଏହି ଚାମ୍ପିଅନସିପ ଉପରେ ରହିଛି ।

ଅଭିଜ୍ଞ ଯୁବ ତାରକାଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । କ୍ୟାପଟେନ୍ ବିରାଟ କୋହଲିଙ୍କ ପାଇଁ ଏହି ଚାମ୍ପିଅନସିପ୍ ବଡ଼ ଗୁରୁତ୍ୱ ରଖୁଛି । ଟିମ୍ ଇଣ୍ଡିଆର ସଫଳ ଅଧିନାୟକ ଓ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବରେ ଏଯାଏ କୌଣସି ଚାମ୍ପିଅନସିପ୍ ନିଜ ନାଁରେ କରି ପାରି ନାହାନ୍ତି ବିରାଟ । ରୋହିତ ଶର୍ମା ଓ ଶୁଭମନ ଗିଲଙ୍କୁ ଓପେନିଂ ପାର୍ଟନରସିପରେ ବଡ଼ ସ୍କୋର କରିବାକୁ ପଡ଼ିବ । ରୋହିତଙ୍କ କାନ୍ଧରେ ଗୁରୁ ଦାୟିତ୍ୱ ରହିବ ।

ସେହିପରି ଇଂଲଣ୍ଡ ପିଚରେ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କ ବ୍ୟାଟ୍ ଚାଲିଲେ ଭାରତ ମଜଭୁତ ସ୍ଥିତିକୁ ଆସିପାରିବ । ବିରାଟ କୋହଲି, ରିଷଭ ପନ୍ଥଙ୍କୁ ବି ଠିକଣା ସମୟରେ ଭଲ ଖେଳିବାକୁ ପଡ଼ିବ । ବୋଲିଂ ବାହିନୀ ସମ୍ଭାଳିବେ ଯଶପ୍ରୀତ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ରବୀନ୍ଦ୍ର ଜାଡ଼େଜା ଓ ଆର୍. ଅଶ୍ୱିନ୍ ।

ଅନ୍ୟପଟେ ଟିମ୍ ଇଣ୍ଡିଆକୁ ଚେକ୍ ଦେବାକୁ ରଣନୀତି ସହ ମୈଦାନକୁ ଓହ୍ଲାଇବାକୁ ତୟାର ନ୍ୟୁଜିଲାଣ୍ଡ । ଅଧିନାୟକ କେନ୍ ଓ୍ୱିଲିୟମସନଙ୍କ ଟିମରେ ଅଛନ୍ତି ଅନୁଭବୀ ଖେଳାଳି । ଉଭୟ ବ୍ୟାଟିଂ ଓ ବୋଲିଂରେ ସନ୍ତୁଳିତ ଦଳ । ଅଭିଜ୍ଞ ଓ ଯୁବ ଖେଳାଳି ଅଛନ୍ତି । ଦିନିକିଆ ବିଶ୍ୱକପରେ ଦୁଇ ଦୁଇ ଥର ରନର୍ସ ଅପ୍ ହୋଇଥିବା କିଓ୍ୱି ବାହିନୀ ପାଇଁ ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ୍ କୌଣସି ବିଶ୍ୱକପ୍ ମୁକାବିଲାଠାରୁ କମ୍ ନୁହେଁ ।
BREAKING NEWS
- ଓରାଙ୍ଗଉଟାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ବିଶେଷଜ୍ଞ ଟିମ୍
- ମୋଦୀଙ୍କୁ ସାହାଯ୍ୟ ମାଗିବାର କିଛି ଦିନ ଭିତରେ ମିଳିଲା ନ୍ୟାୟ: ସମାଧାନ ହେଲା ମୁମ୍ବାଇର ବହୁ ଚର୍ଚ୍ଚିତ ଜମି ବିବାଦ ମାମଲା
- କୁକୁର ନା ବିରାଡ଼ି କାମୁଡ଼ା, କିଏ ଅଧିକ ବିପଜ୍ଜନକ? ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ
- ଆକାଶରେ ଫାଟିଲା ଟାୟାର, ବିମାନ ଭିତରେ ଖସିପଡ଼ିଲା ଛାତ: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଛାତିଥରା ଭିଡିଓ
- ସଲମାନଙ୍କ ଦୁଃଖ ଭରା ପୋଷ୍ଟ ନା ଆଗାମୀ ଫିଲ୍ମ ‘ସିକନ୍ଦର’ର ପ୍ରମୋସନ୍? ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର
- ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ: ତରଳୁଛି ହିମାଳୟର ଗ୍ଲେସିୟର, ବିପଦରେ ଭାରତର ୨୦ ପ୍ରତିଶତ ଜିଡିପି
- ଘୂର୍ଣ୍ଣିବଳୟ ସକ୍ରିୟ; ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
- ବେକାରୀ ହାର ନେଇ ନୂଆ ସର୍ଭେ ରିପୋର୍ଟ: ସହର ତୁଳନାରେ ଗ୍ରାମାଞ୍ଚଳରେ ସୃଷ୍ଟି ହେଲା ଅଧିକ ନିଯୁକ୍ତି ସୁଯୋଗ
- ଭଦ୍ରକରେ ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ; କୁକୁଡ଼ା ଦୋକାନୀ ମୃତ, ଜଣେ ଗୁରୁତର
- ଋଷ ସହ ବେପାର କଲେ ଭାରତ ସମେତ ୫ ଦେଶ ଗଣିବେ ୧୦୦ ପ୍ରତିଶତ ଟିକସ

Comments are closed.