Latest Odisha News

BREAKING NEWS

୨୦୨୩ରେ ଭାରତ ଛାଡ଼ି ବିଦେଶ ଯାଇ ପାରନ୍ତି ୬, ୫୦୦ ଧନୀ

ନୂଆଦିଲ୍ଲୀ: ଦେଶ ଛାଡ଼ିବେ ଧନୀ ନାଗରିକ । ପୂର୍ବ ବର୍ଷ ଭଳି ଏ ବର୍ଷ ବି କିଛି ଧନୀ ଭାରତୀୟ ଦେଶ ଛାଡ଼ିବେ ବୋଲି ଜଣାପଡ଼ିଛି । ବିଶ୍ୱବ୍ୟାପୀ ୱେଲଥ ଓ ଇନଭେଷ୍ଟମେଣ୍ଟ ମାଇଗ୍ରେସନ୍ ଉପରେ ନଜର ରଖୁଥିବା ହେନଲେର ରିପୋର୍ଟ ଅନୁସାରେ ୨୦୨୩ରେ ପ୍ରାୟ ୬ ହଜାର ୫୦୦ ଜଣ ଧନୀ ଶ୍ରେଣୀର ଲୋକ ଭାରତ ଛାଡ଼ି ବିଦେଶ ଯାଇ ପାରନ୍ତି ।

ବିଜନେସ୍ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁସାରେ, ଏତେ ମାତ୍ରାରେ ଦେଶ ଛାଡ଼ି ପଳାଉଥିବା ଧନୀ କ୍ଷେତ୍ରରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଥିବା ଚୀନର ୧୩ ହଜାର ୫୦୦ ଜଣ ନାଗରିକ ଦେଶ ଛାଡ଼ି ଯାଇ ପାରନ୍ତି । ତୃତୀୟ ସ୍ଥାନରେ ୟୁନାଇଟେଡ୍ କିଙ୍ଗଡମ୍ ରହିଥିବା ବେଳେ ୩୨୦୦ ଜଣ ଛାଡ଼ି ପାରନ୍ତି ଦେଶ । ସେହିଭଳି ଚତୁର୍ଥ ସ୍ଥାନରେ ଥିବା ଋଷ ଛାଡ଼ି ପାରନ୍ତି ୩ ହଜାର ନାଗରିକ ।

୨୦୨୨ ମସିହାରେ ୮ ହଜାର ୫୦୦ ଜଣ ନାଗରିକ ଋଷ ଛାଡ଼ି ବିଦେଶ ପଳାଇଥିବା ବେଳେ ୭ ହଜାର ୫୦୦ ଜଣ ଭାରତୀୟ ଦେଶ ଛାଡ଼ିଥିଲେ । ତେବେ ଭାରତୀୟ ଦେଶ ଛାଡ଼ିବା ପଛର ପ୍ରମୁଖ କାରଣ ଜଟିଳ ଟିକସ ବ୍ୟବସ୍ଥା ଓ ନିବେଶ ସ୍ଥାନାନ୍ତରଣ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ଲୋକେ ସୋସିଆଲ୍ ମିଡିଆରେ ଆଲୋଚନା କରୁଛନ୍ତି ।

Leave A Reply

Your email address will not be published.