Latest Odisha News

BREAKING NEWS

ସାବାଡ ହେବେ ଶତ୍ରୁ: ନୌସେନାରେ ସାମିଲ ହେବ ଆଇଏନଏସ ତୁଶିଳ

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା। କାରଣ ବହୁ ଦିନର ଅପେକ୍ଷାରେ ଅନ୍ତ ଘଟିବାକୁ ଯାଉଛି । ଆସନ୍ତା ଡିସେମ୍ବରରେ ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି ଆଇଏନଏସ ତୁଶିଳ। ଫଳରେ ଶତ୍ରୁକୁ କଡା ଜବାବ ଦେବ ଭାରତୀୟ ସେନା। ସାବାଡ ହେବେ ଶତ୍ରୁ । ଡିସେମ୍ବର ୯ ତାରିଖରେ ଋଷିଆରେ ତିଆରି ଗାଇଡେଡ-ମିସାଇଲ ଫ୍ରିଗେଟ ଆଇଏନଏସ ତୁଶିଳକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଋଷ ଗସ୍ତ କରି ଏହାକୁ ଗ୍ରହଣ କରିବେ ।

କୋରୋନା ଓ ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ ଏହି ପ୍ରୋଜେକ୍ଟରେ ବିଳମ୍ବ ହୋଇଥିଲା। ଭାରତୀୟ ନୌସେନା ପାଇଁ ଋଷ ୪ଟି ଅତ୍ୟାଧୁନିକ ଫ୍ରିଗେଟ ନିର୍ମାଣ କରୁଛି। ଡିସେମ୍ବରରେ ୯ ତାରିଖରେ ପ୍ରଥମ ସିପ ଡେଲିଭରି ହେବ। ନୌସେନାରେ ତୁଶିଳ ସାମିଲ ହେବା ପରେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭାରତର ଶକ୍ତି ବଢିବ। ଋଷ ଓ ଭାରତ ଏ ନେଇ ୨୦୧୬ରେ ଏକ ଚୁକ୍ତି କରିଥିଲେ ।

ଆଇଏନଏସ ତୁଶିଳର ବଶେଷତ୍ବ- ଆଡଭାନ୍ସ ମିସାଇଲ ଫ୍ରିଗେଟ ଆଇଏନଏସ ତୁଶିଳରେ ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି। ସମୁଦ୍ରରେ ଶତ୍ରୁ ସହ ଲଢେଇ କରିବ ଶକ୍ତିଶାଳୀ ତୁଶିଳ। ଏହାର ଡିଜାଇନ ଏବଂ ଅସ୍ତ୍ର ଭାରତୀୟ ନୌସେନାର ବଳ ବଢାଇବ। ଏହି ଜାହାଜର ନାମ ତୁଶିଳ ରଖାଯାଇଛି। ଯାହାର ଅର୍ଥ ‘ରକ୍ଷକ’ । ଯାହା ଭାରତୀୟ ସାମୁଦ୍ରିକ ସୀମାର ରକ୍ଷା କରିବା ମିଶନରେ ରହିବ। ଏହି ଯୁଦ୍ଧ ଜାହାଜ ସମୁଦ୍ରରେ ଡିସପ୍ଲେସମେଣ୍ଟ ୩୮୫୦ ଟନ । ଏହାର ଲମ୍ବ ୪୦୯.୫ ଫୁଟ । ବିମ ୪୯.୧୦ ଫୁଟ । ସମୁଦ୍ରରେ ଏହା ୫ ଘଣ୍ଟା ପ୍ରତି ୫୯ କିଲୋମିଟର ଗତିରେ ଚାଲିବ । ଯୁଦ୍ଧ ଜାହାଜ ସମୁଦ୍ରରେ ୧୮ ଅଧିକାରୀଙ୍କ ସମେତ ୧୮୦ ସୈନିକଙ୍କୁ ନେଇ ୩୦ ଦିନ ଯାଏ ଚାଲିବ ।

 

Comments are closed.