Latest Odisha News

BREAKING NEWS

ମେ’ ପହିଲାରେ ଭାରତରେ ପହଞ୍ଚିବ ଋଷ୍ ଟିକା ସ୍ପୁଟନିକ୍-ଭି

ନୂଆଦିଲ୍ଲୀ: କରୋନା କାଳରେ ଭଲ ଖବର । ମେ’ ୧ ତାରିଖରୁ ଦେଶବ୍ୟାପୀ ତୃତୀୟ ପର୍ୟ୍ୟାୟ ଟିକାକରଣ ଆରମ୍ଭ ହେଉଥିବା ବେଳେ ସେହିଦିନ ଭାରତରେ ପହଞ୍ଚିବ ଋଷ୍ ଟିକା ସ୍ପୁଟନିକ୍-ଭି । ଏନେଇ ରୁଷିଆ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (RDIF) ମୁଖ୍ୟ କିରିଲ୍ ଡିମିଟ୍ରିଏଭ୍ଲ ସୂଚନା ଦେଇଛନ୍ତି । ସ୍ପୁଟନିକ୍-ଭିର ପ୍ରଥମ ବ୍ୟାଚ୍ ଟିକା ମେ ୧ ତାରିଖରେ ଭାରତରେ ପହଞ୍ଚିବ । ତେବେ କେତେ ଟିକା ପଠାଯିବ ସେନେଇ ସ୍ପଷ୍ଟ ଭାବରେ କିଛି କହି ନାହାନ୍ତି । ଭାରତର ୫ଟି କମ୍ପାନୀ ସହ ଚୁକ୍ତି କରିସାରିଛି ରୁଷିଆ ଡାଇରେକ୍ଟର ଇନଭେଷ୍ଟମେଣ୍ଟ୍ ଫଣ୍ଡ ।

ମେ ପହିଲାରୁ ଦେଶବ୍ୟାପୀ ୧୮ରୁ ୪୪ ବର୍ଷ ଭିତରେ ସମସ୍ତଙ୍କୁ ଟିକାକରଣ ଆରମ୍ଭ ହେଉଛି । ଏଭଳି ସମୟରେ ସ୍ପଟନିକ୍-ଭି ଟିକା ଆସୁଛି । ଏହାଦ୍ୱାରା ଟିକାକରଣ ଅଭିଯାନକୁ ବ୍ୟାପକ କରାଯାଇ ପାରିବ । ଏବେ ଦେଶରେ ଭାରତ ବାୟୋଟେକର କୋଭାକ୍ସିନ୍ ଓ ସେରମ ଇନିଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକା ଭାରତରେ ଦିଆଯାଉଛି । ନିକଟରେ ସ୍ପୁଟନିକ୍-ଭିକୁ ଜରୁରୀ ଅନୁମତି ପାଇଁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର ।

Leave A Reply

Your email address will not be published.