Latest Odisha News

BREAKING NEWS

ରାଜ୍ୟରେ ୬୦୭୩ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ କମିଥିବା ନଜର ଆସିଛି। ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୬ ହଜାର ୦୭୩ ନୂଆ ଆକ୍ରାନ୍ତ।

କ୍ୱାରେଣ୍ଟାଇନରୁ ୩୫୨୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୫୫୧ଟି । ଆଜି ୩୦ଟି ଯାକ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୦୯୨ ଜଣ ସଂକ୍ରମିତ ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି ବଲାଙ୍ଗିର ଜିଲ୍ଲା ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୬୭ ହଜାର ୧୧୧ ସଂକ୍ରମିତ । ଏବେ ରାଜ୍ୟରେ ୫୦ ହଜାର ୯୫୮ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.