Latest Odisha News

BREAKING NEWS

ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା, ଜୁନରେ ନିଅଣ୍ଟିଆ

ନୂଆଦିଲ୍ଲୀ: ଆଗାମୀ ମୌସୁମୀ ଋତୁରେ ସ୍ୱାଭାବିକ ବର୍ଷା ହେବ । ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ ଏ ଆକଳନ କରିଛି । ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାମାନ୍ୟ ବିଳମ୍ବରେ ଜୁନ୍ ୪ ତାରିଖରେ କେରଳ ଛୁଇଁବ ବୋଲି କହିଛି ପାଣିପାଗ ବିଭାଗ ।

ମୌସୁମୀ ଋତୁରେ ଦେଶରେ ୯୬ ପ୍ରତିଶତ ସ୍ୱାଭାବିକ ବର୍ଷା ହେବ ବୋଲି ଆଶା କରାଯାଉଛି । ତେବେ ଉତ୍ତରପଶ୍ଚିମରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ । ତେବେ ମୌସୁମୀ ଆସନ୍ତା ୨ ଦିନ ସମୟ ବେଶ ଅନୁକୂଳ ରହିବ ବୋଲି ପାଣିପାଗ ବିଭାଗ କହିଛି ।

ତେବେ ଦେଶରେ କେତେକ ଭାଗରେ ଜୁନ୍ ମାସରେ ନିଅଣ୍ଟିଆ ବର୍ଷା ହେବ । ତେବେ ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସ୍ୱଭାବିକ ବର୍ଷା ହେବ । ତେବେ ଆଗାମୀ ସପ୍ତାହରେ ଆରବ ସାଗରରେ ବାତ୍ୟାର କୌଣସି ଆଶଙ୍କା ନାହିଁ ।

Leave A Reply

Your email address will not be published.