Latest Odisha News

BREAKING NEWS

ସବ ଜୁନିୟର ହକି ଚାମ୍ପିୟନଶିପ: ସେମିରେ ଟାଇଟଲ ଫେଭରାଇଟ ଓଡିଶା

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ହକି ଇଣ୍ଡିଆ ସବ ଜୁନିୟର ଜାତୀୟ ଚାମ୍ପିୟନଶିପର ଟାଇଟଲ ଫେଭରାଇଟ ବିବେଚନା କରାଯାଉଥିବା ଓଡିଶା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ଓଡିଶା ୭-୦ ଗୋଲରେ ଦାଦ୍ରା ଆଣ୍ଡ ନଗର ହାଭେଳିକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିବା ପରେ ଓଡିଶା ଆକ୍ରମଣାତ୍ମକ ପ୍ରଦର୍ଶନ କରି ତୃତୀୟ କ୍ୱାର୍ଟରରେ ୩ଟି ଏବଂ ଶେଷ କ୍ୱାର୍ଟରରେ ୪ଟି ଗୋଲ ସ୍କୋର କରିଥିଲେ । ଶନିବାର ଓଡିଶା ସେମିଫାଇନାଲରେ ମଧ୍ୟପ୍ରଦେଶକୁ ଭେଟିବ । ଓଡିଶା କୌଣସି ମ୍ୟାଚରେ ପରାଜିତ ନ ହୋଇ ୨୭ ଗୋଲ ସ୍କୋର କରଛି । ମଧ୍ୟପ୍ରଦେଶ ଅନ୍ୟ ଏକ ମ୍ୟାଚରେ ଝାଡଖଣ୍ଡକୁ ୬-୩ ଗୋଲରେ ପରାସ୍ତ କରିଛି ।

ଗତ ସଂସ୍କରଣର ଚାମ୍ପିୟନ ଉତରପ୍ରଦେଶ ୭-୦ ଗୋଲରେ ଚଣ୍ଡୀଗଡକୁ ପରାସ୍ତ କରିଛି । ୟୁପି ସେମିରେ ହରିୟାଣାକୁ ଭେଟିବ । ଘରୋଇ ପରିବେଶରେ ଓଡିଶା ଭଲ ପ୍ରଦର୍ଶନ ଜାରୀ ରଖିବ ବୋଲି କୋଚ ଲକ୍ଷ୍ମୀନାରାୟଣ ଆଶା ବ୍ୟକ୍ତ କରିଛନ୍ତି । ମଧ୍ୟପ୍ରଦେଶ ଏକ ଶକ୍ତିଶାଳୀ ଟିମ ହୋଇଥିବାରୁ ସେମିରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିବାକୁ ପଡିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.