Latest Odisha News

BREAKING NEWS

ଆସନ୍ତାକାଲି ଠାରୁ ଆମେରିକାକୁ ପୁନଃ ଡାକ ସେବା ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୧୫ ତାରିଖରୁ ଇଣ୍ଡିଆ ପୋଷ୍ଟ ଆମେରିକାକୁ ସମସ୍ତ ବର୍ଗର ଡାକ ସେବା ପୁନଃ ଆରମ୍ଭ କରିବ।

ଚିଠି, ଡକ୍ୟୁମେଣ୍ଟ, ପାର୍ସଲ ଏବଂ ଅନ୍ୟାନ୍ୟ ସମସ୍ତ ପ୍ରକାରର ଡାକ ସେବା ପାଇଁ ସାଧାରଣ ଡାକ ପୁନଃ ଆରମ୍ଭ ହେବା ନେଇ ଏଥିରେ ସୂଚାଇ ଦିଆଯାଇଛି। ତେବେ ପୂର୍ବରୁ କିଛି ସମସ୍ୟା ଯୋଗୁଁ ଏହି ସେବାଗୁଡ଼ିକକୁ ଅସ୍ଥାୟୀ ଭାବରେ ବନ୍ଦ କରି ଦିଆଯାଇଥିଲା। ଯାହା କି ବର୍ତ୍ତମାନ ସମାଧାନ ହୋଇଯାଇଛି।

ତେବେ ଆମେରିକାର କଷ୍ଟମ୍ସ ଏବଂ ସୁରକ୍ଷା ବିଭାଗର ନୂଆ ନିୟମ ଅନୁଯାୟୀ ଭାରତରୁ ପଠାଯାଇଥିବା ପୋଷ୍ଟାଲ୍ ପାର୍ସଲଗୁଡ଼ିକ ଉପରେ ବର୍ତ୍ତମାନ ୫୦% କଷ୍ଟମ୍ସ ଶୁଳ୍କ ଲାଗୁ ହେବ। ଏହି ଶୁଳ୍କ ସମସ୍ତ ପ୍ରକାରର ଡାକ ସେବା ପାଇଁ ପ୍ରଯୁଜ୍ୟ ହେବ। ଅର୍ଥାତ୍ ବର୍ତ୍ତମାନ୍ ଯଦି ଜଣେ ବ୍ୟକ୍ତି ଆମେରିକାକୁ କୌଣସି ମେଲ୍ ପଠାଇବେ ତାହେଲେ ତାଙ୍କୁ ପଠାଯାଇଥିବା ସାମଗ୍ରୀ ଉପରେ ଭାରୀ କଷ୍ଟମ୍ସ ଶୁଳ୍କ ଦେବାକୁ ପଡ଼ିବ।

Comments are closed.