ନୂଆଦିଲ୍ଲୀ: ମାରାତ୍ମକ କରୋନାଭାଇରସର ମୁକାବିଲା କରିବା ତଥା ପଡୋଶୀ ରାଷ୍ଟ୍ରକୁ ସହାୟତା ପାଇଁ ଅଣ୍ଟା ଭିଡିଛି ଭାରତ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଭାରତ ପ୍ରାୟ ୧୪ ମିଲିୟନ ହାଇଡ୍ରୋସ୍କିକ୍ଲୋରୋକୁଇନ ଟାବଲେଟ ପଡୋଶୀ ରାଷ୍ଟ୍ରକୁ ପଠାଇବା ପାଇଁ ମଞ୍ଜୁରୀ ପ୍ରଦାନ କରିଛି।
ଯାହାଫଳରେ ହାଇଡ୍ରୋସ୍କିକ୍ଲୋରୋକୁଇନ ମେଡିସିନ ଯୋଗାଣ ଲାଗି ଭାରତ ସରକାରଙ୍କ ପକ୍ଷରୁ ପ୍ରଥମ ୧୩ଟି ଦେଶର ତାଲିକା ପ୍ରକାଶ କରାଯାଇଛି।
ସେହି ରାଷ୍ଟ୍ର ଗୁଡିକ ମଧ୍ୟରେ ରହିଛି- ଆମେରିକା, ଜର୍ମାନୀ, ସ୍ପେନ, ବ୍ରାଜିଲ, ବାହାରିନ୍, ନେପାଳ, ଭୁଟାନ, ଆଫଗାନିସ୍ତାନ, ମାଳଦ୍ବିପ, ମରିସସ ଓ ବାଂଲାଦେଶ।
Comments are closed.