Latest Odisha News

BREAKING NEWS

ଚୀନ ଓ ପାକିସ୍ତାନ ଯୁଦ୍ଧ ବିମାନକୁ ମାଟିରେ ମିଶାଇବ ‘ଅସ୍ତ୍ର’

ନୂଆଦିଲ୍ଲୀ : ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ପ୍ରସ୍ତୁତ ହେଉଛି ଡିଆରଡିଓ । କାରଣ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି ଅସ୍ତ୍ର ମାର୍କ-୨ । ଏହାଦ୍ୱାରା ବାୟୁସେନା ଭାରତ ସୀମାରେ ରହି ଚୀନ ବା ପାକିସ୍ତାନ ପରି ଶତ୍ରୁ ପକ୍ଷର ଯୁଦ୍ଧ ବିମାନକୁ ଧ୍ବଂସ କରିପାରିବ । ଖାଲି ସେତିକି ନୁହେଁ, ଦ୍ରୁତ ଗତିରେ ଭାରତୀୟ ବାୟୁସେନା ଆକାଶ ମାର୍ଗରେ ରହି ଆକାଶ ମାର୍ଗକୁ ନିକ୍ଷେପ କରିପାରିବ କ୍ଷେପଣାସ୍ତ୍ର । ଏହି କ୍ଷେପଣାସ୍ତ୍ର ୨୦୨୨ ସୁଦ୍ଧା ବାୟୁସେନାରେ ସାମିଲ୍ କରିବା ଲାଗି ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି ।

ଅସ୍ତ୍ର ମାର୍କ-୨ର ଏହି ରେଞ୍ଜ ଭାରତକୁ ନିଜର ପ୍ରତିଦ୍ଵନ୍ଦ୍ଵୀଙ୍କଠୁ ବହୁତ ଆଗକୁ ନେଇଯିବ । ଆକାଶରେ ଯୁଦ୍ଧ ବେଳେ ଏହି ବିମାନ ଭାରତର ଲଢୁଆ ବିମାନର କ୍ଷମତାକୁ ଆହୁରି ବିକଶିତ ଏବଂ ଘାତକ କରିବ । ଯେମିତି ୨୦୧୯ ଫେବୃଆରୀ ୨୬ରେ ହୋଇଥିବା ବାଲାକୋଟ୍ ଏୟାରଷ୍ଟ୍ରାଇକ୍‌ର ଗୋଟିଏ ଦିନ ପରେ ହୋଇଥିଲା । ପାକିସ୍ତାନର ବାଲାକୋଟରେ ଆତଙ୍କବାଦୀଙ୍କ ଶିବିରକୁ ଧ୍ବଂସ କରିଥିଲେ ଭାରତୀୟ ବାୟୁସେନା। ଯାହାର କେହି ଟେର ପାଇ ନଥିଲେ । ଯେତେବେଳେ ସବୁ ଅପରେସନ୍ ସରିଗଲା, ଆମ ଆକାଶ ବାହିନୀରେ ପିଛା କରିଥିଲା ପାକିସ୍ତାନର ଯୁଦ୍ଧ ବିମାନ। କିନ୍ତୁ ଭାରତୀୟ ସୀମାରେ ପହଞ୍ଚୁ ପହଞ୍ଚୁ ତାକୁ ମାଟି କାମୁଡ଼ାଇଥିଲା ଭାରତର ନିଜସ୍ବ ଜ୍ଞାନ କୌଶଳ ଓ ପ୍ରତିରକ୍ଷା ବ୍ୟବସ୍ଥା।

ଖାଲି ପାକିସ୍ତାନ ନୁହେଁ ଚୀନର ଆକାଶରେ ଶତ୍ରୁ ପକ୍ଷର ବିମାନକୁ ଶବ୍ଦର ବେଗଠାରୁ ଅଢ଼େଇ ଗୁଣ ଅଧିକ ବେଗରେ ଧ୍ବଂସ କରିବାକୁ ଭାରତ ପ୍ରସ୍ତୁତ କରୁଛି ‘ଅସ୍ତ୍ର’। ନିଜସ୍ବ ବିମାନ ତେଜସରେ ଏହାକୁ ଲଗାଯିବ । ଏହି ଯୁଦ୍ଧ ବିମାନର ନାଁ ହେଉଛି ‘ଅସ୍ତ୍ର ମାର୍କ-୨ ’। ଭାରତୀୟ ବିଜ୍ଞାନୀଙ୍କ ଦ୍ବାରା ଭାରତୀୟ ମାଟିରେ ନିର୍ମିତ ଏହି ବିମାନର ପ୍ରଥମ ସଂସ୍କରଣ ଏବେ ବାୟୁସେନାରେ ବ୍ୟବହାର ହେବା ପାଇଁ ସବୁ ପ୍ରସ୍ତୁତି ସରିଛି । ଋଷ୍ ନିର୍ମିତ ସୁଖୋଇ-୩୦ MKI ବିମାନରେ ଏହି ଯୁଦ୍ଧାସ୍ତ୍ର ବା କ୍ଷେପଣାସ୍ତ୍ରକୁ ଖଞ୍ଜାଯାଇ ସମସ୍ତ ପରୀକ୍ଷଣ ସରିଛି। ଏହା ଆକାଶମାର୍ଗରୁ ଆକାଶ ମାର୍ଗକୁ ନିକ୍ଷେପ କରି ଶତ୍ରୁ ପକ୍ଷରୁ ବିମାନକୁ ଧରାଶାୟୀ କରିବାରେ ସକ୍ଷମ ହେଉଛି। ଭାରତୀୟ ବାୟୁସେନା DRDO ଠାରୁ ୨୮୮ଟି ଅସ୍ତ୍ର ମାର୍କ କ୍ଷେପଣାସ୍ତ୍ର ନେବାକୁ ଅନୁରୋଧ କରିଛି।

Leave A Reply

Your email address will not be published.