Latest Odisha News

BREAKING NEWS

ଦେଶର ୧୦ ପ୍ରଭାବଶାଳୀ ପ୍ରଶାସକ ତାଲିକାରେ ୩ ଓଡ଼ିଆ

ନୂଆଦିଲ୍ଲୀ: ଚମକିଲେ ୩ ଓଡ଼ିଆ ଅଧିକାରୀ । ଇଣ୍ଡିଆ ଟୁଡେ ପ୍ରକାଶ କରିଥିବା ଦେଶର ଟପ୍ ଟେନ୍ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ରହିଛନ୍ତି ତିନି ଜଣ ଓଡ଼ିଆ। ଜାତୀୟ ରାଜନୀତିଠାରୁ ଆରମ୍ଭ କରି ପ୍ରଶାସନିକ ସେବା ଯାଏ ସବୁ କ୍ଷେତ୍ରରେ ବଢ଼ୁଛି ଓଡ଼ିଆଙ୍କ ପ୍ରଭାବ । ଇଣ୍ଡିଆ ଟୁଡେ ପକ୍ଷରୁ ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବାକୁ ଥିବା ପାୱାର ଲିଷ୍ଟ ଶୀର୍ଷକ ସ୍ୱତନ୍ତ୍ର ସଂଖ୍ୟାର ଏଭଳି ଏକ ତାଲିକା ପ୍ରକାଶ ପାଇଛି ।

ସବୁଠାରୁ ଟପରେ ରହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ସମ୍ବଲପୁରରେ ଜନ୍ମିତ ଓଡ଼ିଆ ପୁଅ ପି.କେ ମିଶ୍ର ରହିଛନ୍ତି। ମୋଦୀଙ୍କ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ ୭୨ ବର୍ଷିୟ ଶ୍ରୀ ମିଶ୍ରଙ୍କୁ ପ୍ରାଇମ୍ ମୁଭର ଆଖ୍ୟା ଦିଆଯାଇଛି । ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ। କାଶ୍ମୀରୁ ଧାରା ୩୭୦ ଉଚ୍ଛେଦ ହେଉ କିମ୍ବା ଚୀନ ସହିତ ଟକ୍କର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ଆଗରେ ରହିଥାନ୍ତି ଅଜିତ ଡୋଭାଲ ।

ତୃତୀୟ ସ୍ଥାନରେ ରହିଛନ୍ତି ଅନ୍ୟ ଜଣେ ଓଡ଼ିଆ ତଥା ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହି ତାଲିକାରେ ତାଙ୍କୁ ଫାୟାର ଫାଇଟରର ଆଖ୍ୟା ଦିଆଯାଇଛି । ଏହି ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି ଓଡ଼ିଶାର ଗିରୀଶ ମୁର୍ମୁ । ସେ ହେଲେ ଜାମ୍ମୁ ଓ କାଶ୍ମୀରର ପୂର୍ବତନ ରାଜ୍ୟପାଳ ଏବଂ ସିଏଜି । ଇଣ୍ଡିଆ ଟୁଡ଼େ ତାଙ୍କୁ ହକ୍ ଆଇ ଆଖ୍ୟା ଦେଇଛି । ସିଏଜି ହିସାବରେ ଦେଶରେ କେଉଁଠି ଦୁର୍ନୀତି ବା ଅନିୟମିତତା ରହିଛି ତାହା ଧରିବାରେ ସିଏଜିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

Leave A Reply

Your email address will not be published.