Latest Odisha News

ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ଡବ୍ଲ୍ୟୁଟିସି ପଂଏଟ ଟେବୁଲରେ ଶୀର୍ଷକୁ ଉଠିଲା ଭାରତ

କେପଟାଉନ: ଦକ୍ଷିଣ ଆଫ୍ରିକାକୁ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୭ ୱିକେଟରେ ପରାଜିତ କରିଛି । ଏହାର ଫାଇଦା ଟିମଇଣ୍ଡିଆକୁ ମିଳିଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ପଂଏଟ ଟେବୁଲରେ ଭାରତ ଷଷ୍ଠ ସ୍ଥାନରୁ ସିଧାସଳଖ ଶୀର୍ଷ ସ୍ଥାନରେ ପଂହଚିଛି । ଭାରତ ନିକଟରେ ୫୪.୧୬ ପ୍ରତିଶତ ଅଙ୍କ ରହିଛି । ଦକ୍ଷିଣ ଆଫ୍ରିକା(୧୨) ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । ଏହା ପଛକୁ ନ୍ୟୁଜିଲାଣ୍ଡ(୧୨), ଅଷ୍ଟ୍ରେଲିଆ(୪୨) ଓ ବାଂଲାଦେଶ(୧୨) ରହିଛନ୍ତି । ଏହି ୪ଟି ଟିମର ୫୦ ପ୍ରତିଶତ ଅଙ୍କ ରହିଛି । ପାକିସ୍ତାନ(୨୨), ୱେଷ୍ଟଇଣ୍ଡିଜ(୪), ଇଂଲଣ୍ଡ(୯) ଓ ଶ୍ରୀଲଙ୍କା(୦) ଯଥାକ୍ରମେ ଷଷ୍ଠରୁ ୯ମ ସ୍ଥାନ ମଧ୍ୟରେ ରହିଛନ୍ତି ।

ଆଗକୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହା ଏହି ଚାମ୍ପିୟନଶିପର ସବୁଠାରୁ ବଡ ସିରିଜ ହେବ । ଇଂଲଣ୍ଡ ଭଲ ଫର୍ମରେ ନ ଥିବାରୁ ଭାରତ ଏଥିରେ ଭଲ ପ୍ରଦର୍ଶନ କରି ଫାଇନାଲ ପ୍ରବେଶ ପାଇଁ ଉଦ୍ୟମ କରିବ ।

Leave A Reply

Your email address will not be published.