Latest Odisha News

ଦକ୍ଷିଣ ଆଫ୍ରିକା ଗସ୍ତରେ ଗୋଟିଏ ଦିନ କ୍ୱାରେଂଟାଇନରେ ରହିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ:ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ କ୍ରିକେଟ ଦଳ ମାତ୍ର ଗୋଟିଏ ଦିନ କ୍ୱାରେଂଟାଇନରେ ରହିବ । ଟିମ ଇଣ୍ଡିଆ ୧୬ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । ଏହା ପୂର୍ବରୁ ମୁମ୍ବାଇରେ ୩ ଦିନ ଖେଳାଳିମାନେ ବାୟୋବବଲରେ ରହିବ । ସେଠାରେ ପଂହଚିବା ପରେ ହୋଟେଲରେ ଗୋଟିଏ ଦିନ ଅଲଗା ଅଲଗା ରୁମରେ ସେମାନଙ୍କୁ ଆଇସୋଲେଟ କରାଯିବ ।

୨୬ରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ସେଂଚୁରିଆନରେ ପ୍ରଥମ ଟେଷ୍ଟ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ୩ରୁ ୭ ଜାନୁୟାରୀ (ଜୋହାନ୍ସବର୍ଗ), ଓ ତୃତୀୟ ଟେଷ୍ଟ ୧୧ରୁ ୧୫ ଜାନୁୟାରୀ (କେପଟାଉନ)ରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ୧୯ ଜାନୁୟାରୀ (ପାର୍ଲ), ଦ୍ୱିତୀୟ ଦିନିକିଆ ୨୧ ଜାନୁୟାରୀ (ପାର୍ଲ) ଓ ତୃତୀୟ ଦିନିକିଆ ୨୩ ଜାନୁୟାରୀରେ କେପଟାଉନରେ ଖେଳାଯିବ ।

Comments are closed.