Latest Odisha News

BREAKING NEWS

ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ସିରିଜ: ଈଶାନ୍ତ, ରାହାଣେ ଓ ପୂଜାରାଙ୍କ ପାଇଁ ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ: ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ କେତେକ ଭାରତୀୟ କ୍ରିକେଟରଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ହୋଇଛି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ ୩୩ ବର୍ଷୀୟ ଈଶାନ୍ତଙ୍କ ଏହା ଏକ ପ୍ରକାର ଶେଷ ସିରିଜ ହେବାକୁ ଯାଉଛି । ସେ ପୂର୍ବ ଭଳି ୱିକେଟ ହାସଲ କରିପାରୁ ନାହାନ୍ତି । ଅନ୍ୟ ଯୁବ ପେସରଙ୍କୁ ତାଙ୍କ ସ୍ଥାନରେ ସୁଯୋଗ ଦେବା ପାଇଁ ବିସିସିଆଇ ଚାହୁଁଛି । ଯଶପ୍ରୀତ ବୁମରାହ, ମହମ୍ମଦ ସାମି ପରେ ଏବେ ମହମ୍ମଦ ସିରିଜ, ଶାର୍ଦ୍ଦୁଳ ଠାକୁର, ନବଦୀପ ସୈନୀ, ଆଭେଶ ଖାଁ ଓ ପ୍ରସିଦ୍ଧ କ୍ରିଷ୍ଣା ପ୍ରଭାବୀ ପ୍ରଦର୍ଶନ କରି ଚୟନ କମିଟିଙ୍କ ଆସ୍ଥା ଭାଜକ ହୋଇପାରିଛନ୍ତି । ଈଶାନ୍ତ ବଦଳରେ ଆଉ ଜଣେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ବିସିସିଆଇ ମନ ବଳାଇ ସାରିଛି ।

ସେହିପରି ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରା ଯଦି ଏହି ସିରିଜରେ ଭଲ ପ୍ରଦର୍ଶନ ନ କରନ୍ତି ତାହାହେଲେ ବିସିସିଆଇ ତାଙ୍କୁ ଚୂଡାନ୍ତ ଦଳରୁ ବାଦ ଦେଇପାରେ । ରାହାଣେଙ୍କୁ ଉପ ଅଧିନାୟନ ପଦରୁ ହଟାଇ ବୋର୍ଡ ଏକପ୍ରକାର ତାଙ୍କୁ ଚେତାବନୀ ଦେଇ ସାରିଛି । ଶ୍ରେୟାଶ ଆୟାର ଏବଂ ହନୁମା ବିହାରୀଙ୍କ ପ୍ରଦର୍ଶନ ସେମାନଙ୍କ ଉପରେ ପରୋକ୍ଷରେ ଚାପ ପକାଇବା ଆରମ୍ଭ କରିଛି ।

Comments are closed.