Latest Odisha News

ଭାରତ-ଶ୍ରୀଲଙ୍କା ସୀମିତ ଓଭର ବିଶିଷ୍ଟ ସିରିଜ: ୨୬ ଜୁଲାଇରୁ ଟି୨୦, ଅଗଷ୍ଟ ୧ରୁ ଦିନିକିଆ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ ଜିମ୍ବାୱେ ଗସ୍ତରେ ଅଛି । ଏହି ସିରିଜ ସମାପ୍ତି ପରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯିବ । ସେଠାରେ ୩ଟି ଟି୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ୨୬ ଜୁଲାଇରୁ ଟି୨୦ ଏବଂ ଅଗଷ୍ଟ ୧ରୁ ଦିନିକିଆ ସିରିଜ ଆରମ୍ଭ ହେବ । ରାହୁଲ ଡ୍ରାଭିଡଙ୍କ ପରେ ଏହି ଗସ୍ତରେ ଗୌତମ ଗମ୍ଭୀର ଭାରତୀୟ ଦଳର କୋଚ ଦାୟିତ୍ୱ ତୁଲାଇବେ । ଜାତୀୟ ଦଳର କୋଚ ଭାବେ ଏହା ତାଙ୍କର ପ୍ରଥମ ଗସ୍ତ ହେବ । ବିରାଟ କୋହଲି ଓ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଥିବାରୁ ଏବେ ନୂତନ ଅଧିନାୟକ କିଏ ହେବ ସେ ନେଇ ଆଲୋଚନା ଜୋର ଧରିଛି ।

ଏହି ଦୌଡରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ ଆଗରେ ରହିଛନ୍ତି । ରିପୋର୍ଟ ମୁତାବକ କୋହଲି, ରୋହିତ ଏବଂ ଯଶପ୍ରୀତ ବୁମରାହଙ୍କୁ ଦିନିକିଆ ସିରିଜ ପାଇଁ ବିଶ୍ରାମ ଦିଆ ଯାଇପାରେ । ଜୁଲାଇ ୨୬, ୨୭ ଓ ୨୯ରେ ୩ଟି ଯାକ ଟି୨୦ ମ୍ୟାଚ ଖେଳାଯିବ । ସେହିପରି ଅଗଷ୍ଟ ୧, ୪ ଓ ୭ରେ ୩ଟି ଯାକ ଦିନିକିଆ ମ୍ୟାଚ ଆୟୋଜିତ ହେବ ।

Comments are closed.