Latest Odisha News

BREAKING NEWS

ପ୍ରଥମ କ୍ରିକେଟ ଟେଷ୍ଟ: ଇଂଲଣ୍ଡ ୨୪୬ ଅଲଆଉଟ, ଭାରତ ୧୧୯/୧

ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ କ୍ରିକେଟ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୧ ୱିକେଟ ବିନିମୟରେ ୧୧୯ ରନ ସଂଗ୍ରହ କରି ଭଲ ସ୍ଥିତିରେ ରହିଛି । ଯଶସ୍ୱୀ ଜୈସୱାଲ ୭୬ ଓ ଶୁଭମନ ଗିଲ ୧୪ ରନ କରି ଅପରାଜିତ ଅଛନ୍ତି । ଅଧିନାୟକ ରୋହିତ ଶର୍ମା ୨୪ ରନ କରି ଆଉଟ ହୋଇଥିଲେ । ଏବେ ବି ଭାରତ ବିପକ୍ଷ ଦଳର ପ୍ରଥମ ଇନିଂସ ସ୍କୋରଠାରୁ ୧୨୭ ରନ ପଛରେ ରହିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୬୪.୩ ଓଭରରେ ୨୪୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଅଧିନାୟକ ବେନ ଷ୍ଟୋକ୍ସ ସର୍ବାଧିକ ୭୦ ରନ କରିଥିଲେ । ଜନୀ ବେୟାରଷ୍ଟୋ ୩୭ ଓ ବେନ ଡକେଟ ୩୫ ରନର ଇନିଂସ ଖେଳିଥିଲେ ।

ଭାରତୀୟ ବୋଲରଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱୀନ ଭାରତ ପକ୍ଷରୁ ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିବା ବେଳେ ଯଶପ୍ରୀତ ବୁମରାହ ଓ ଅକ୍ଷର ପଟେଲ ୨ଟି ଲେଖାଁଏ ୱିକେଟ ନେଇଥିଲେ । ଟସ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ।

Leave A Reply

Your email address will not be published.