Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ବୋପାନ୍ନା-ଏବେଡନ

ମେଲବୋର୍ଣ୍ଣ: ଭାରତର ଟେନିସ ଷ୍ଟାର ରୋହନ ବୋପାନ୍ନା ଅଷ୍ଟ୍ରେଲିଆ ଓପନ ଟୁର୍ଣ୍ଣାମେଂଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ପାର୍ଟନର ମାଥ୍ୟୁ ଏବେଡେନ ସେମିଫାଇନାଲରେ ଚେକ ରିପବ୍ଲିକର ଟମାସ ମଚକ ଓ ଚୀନର ଝିଝେନ ଝାଙ୍ଗଙ୍କୁ ପରାସ୍ତ କରିଥିଲେ । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାକୁ ସେମାନେ ୬-୩, ୩-୬ ଓ ୭-୬ ସେଟରେ ଜିତିଥିଲେ । ଆସୋସିଏଶନ ଅଫ ଟେନିସ ପ୍ରଫେଶନାଲରେ ୪୩ ବର୍ଷୀୟ ବୋପାନ୍ନା ପୁରୁଷ ଡବଲ୍ସରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସବୁଠାରୁ ବୟୋଜ୍ୟେଷ୍ଠ ଖେଳାଳି ଭାବେ ସେ ଏକ ନମ୍ବର ସ୍ଥାନ ହାତେଇଛନ୍ତି ।

୨୦୧୭ରେ ବୋପାନ୍ନା କାନାଡାର ଗାବ୍ରିଏଲା ଡାବ୍ରୋଚେସ୍କିଙ୍କ ସହ ମିକ୍ସଡ ଡବଲ୍ସ ଟାଇଟଲ ହାସଲ କରିଥିଲେ । ୨୦୧୦ ଓ ୨୦୨୩ରେ ସେ ଯଥାକ୍ରମେ ଏହଶାନ ଉଲ କ୍ୟୁରେଶୀ ଓ ଏବେଡନଙ୍କ ସହ ୟୁଏସ ଓପନରେ ଦୁଇ ଥର ରନର୍ସଅପ ହୋଇଛନ୍ତି । ସେ ମାଷ୍ଟର୍ସ ୧୦୦୦ ଇଭେଂଟରେ ସବୁଠାରୁ ବୟସ୍କ ଖେଳାଳି ଭାବେ ଟାଇଟଲ ହାସଲ କରିଥିଲେ ।

Leave A Reply

Your email address will not be published.