Latest Odisha News

BREAKING NEWS

ପ୍ରଥମ ଟେଷ୍ଟ ପୂର୍ବରୁ କିଙ୍ଗଷ୍ଟନ ଓଭାଲରେ ଅଭ୍ୟାସ କରିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ୱେଷ୍ଟଇଣ୍ଡିଜ ଗସ୍ତ ନେଇ ତାଜା ତଥ୍ୟ ସମ୍ମୁଖକୁ ଆସିଛି । ରିପୋର୍ଟ ମୁତାବକ ଡୋମିନିକାରେ ହେବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆ କିଙ୍ଗଷ୍ଟନ ଓଭାଲରେ ସପ୍ତାହ ବ୍ୟାପୀ ଅଭ୍ୟାସ କରିବେ । ଭାରତ ଏହି ଗସ୍ତରେ ୩ଯାକ ଫର୍ମାଟରେ ସିରିଜ ଖେଳିବ । ପ୍ରଥମ ଟେଷ୍ଟ ୧୨ ଜୁଲାଇରୁ ଡୋମିନିକାରେ ଏବଂ ଅନ୍ତିମ ଟେଷ୍ଟ ୨୦ ଜୁଲାଇରେ ତ୍ରିନିଦାଦରେ ଖେଳାଯିବ । ଏହା ବ୍ୟତୀତ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଓ ୫ଟି ଟି୨୦ ମ୍ୟାଚ ଖେଳିବ । ଟିମ ଇଣ୍ଡିଆ ୧ କିମ୍ବା ୨ଜୁଲାଇରେ ବାର୍ବାଡୋସରେ ପଂହଚି ୮ ତାରିଖ ପର୍ଯ୍ୟନ୍ତ ସେଠାରେ ରହି ଅଭ୍ୟାସ କରିବ । ବିସିସିଆଇ ଏ ନେଇ ୱେଷ୍ଟଇଣ୍ଡିଜ ବୋର୍ଡ ସହ ଆଲୋଚନା ମଧ୍ୟ କରିଛି । ୧୨ ବର୍ଷ ପରେ ଡୋମିନିକାରେ ଭାରତ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଥିବାରୁ ଏହାର ଗୁରୁତ୍ୱ ବଢ଼ିଯାଇଛି । ୨୦୧୧ ଖେଳା ଯାଇଥିବା ଶେଷ ମୁକାବିଲା ଡ୍ରରେ ଶେଷ ହୋଇଥିଲା । ଅପରପକ୍ଷରେ ୱେଷ୍ଟଇଣ୍ଡିଜ ଟିମ ଆଂଟିଗୁଆରେ ଅଭ୍ୟାସ କରିବ ।

ଭାରତୀୟ ଟିମ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), ରିତୁରାଜ ଗାଏକ୍ୱାଡ, ଯଶସ୍ୱୀ ଜୈସୱାଲ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଡକଟ, ଈଶାନ କିଶାନ ଓ ନବଦୀପ ସୈନୀ ।

Comments are closed.