Latest Odisha News

ଫରେଷ୍ଟରଙ୍କୁ ଗୁଳି ଘଟଣା, ୧୦ ଜଣଙ୍କୁ ଗିରଫ କଲା ମୟୂରଭଞ୍ଜ ପୋଲିସ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ବେଆଇନ୍ ଭାବେ ଶିକାର ବେଳେ ଗୁଳିମାଡ଼ରେ ଫରେଷ୍ଟରଙ୍କ ମୃତ୍ୟୁ ମାମଲାରେ ପୋଲିସକୁ ସଫଳତା ମିଳିଛି । ଆଜି ମାମଲାରେ ମୟୂରଭଞ୍ଜ ପୋଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅସ୍ତ୍ରଶସ୍ତ୍ର ଜବତ କରିଛି ।

ପୋଲିସର ସୂଚନା ଅନୁସାରେ, ଗିରଫ ସମସ୍ତ ଅଭିଯୁକ୍ତ ଠାକୁରମୁଣ୍ଡା ଥାନା ଏଦଲବେଡ଼ା ଗାଁ ଅଞ୍ଚଳର । ଗିରଫ ମାନେ ତୁରୀ କାଣ୍ଡେୟାନ, ରାମାଇ କାାଣ୍ଡେୟାନ, ମୋରା ହୋ, ମାଣିକରାମ କାଣ୍ଡେୟାନ, ଗୋପବନ୍ଧୁ କାଣ୍ଡେୟାନ, ଦିଲୀପ କାଣ୍ଡେୟାନ, ରାମ ସିଂ ଗୁନ୍ଦୁଆ, ସିଙ୍ଗ ହୋ, ଗମେୟା ହୋ ଓ ଚମ୍ପାଇ ହୋ ।

ଅଭିଯୁକ୍ତଙ୍କ ଠାରୁ ପୋଲିସ ୨ଟି ଦେଶୀ ବନ୍ଧୁକ ସହ ଧୁନତୀର, ଲୁହା ରଡ୍ ଜବତ କରିଛି । ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ମୂୟରଭଞ୍ଜ ଏସପି । ଅଭିଯୁକ୍ତଙ୍କୁ ଧରିବା ଲାଗି ଏସପିଙ୍କ ନେତୃତ୍ୱରେ ପୋଲିସ ୬ଟି ଟିମ୍ ଗଠନ କରି ତଦନ୍ତ କରୁଥିଲା ।

ଗତ ୧୬ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଶିକାର ପାଇଁ ଶିମିଳିପାଳ ଅଭୟାରଣ୍ୟ ଭିତରେ ପଶିଥିଲେ । ସେହି ସମୟରେ ଫରେଷ୍ଟର ମାଠି ହାଁସଦା ଅନ୍ଯ ବନ କର୍ମଚାରୀଙ୍କ ସହ ପାଟ୍ରୋଲିଂରେ ଥିଲେ । ବନ କର୍ମଚାରୀ ଓ ଶିକାରୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ହାଁସଦାଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.