ନୂଆଦିଲ୍ଲୀ: ପୋଖରା ରଙ୍ଗଶାଲା ଷ୍ଟାଡିୟମରେ ଦମ୍ ଦେଖାଇଲେ ଭାରତର ୧୭ ବର୍ଷରୁ କମ୍ ମହିଳା ଦଳ । ଶନିବାର ଦକ୍ଷିଣ ଏସୀୟ ଫୁଟବଲ୍ ଫେଡେରେସନ (SAFF) ୧୯ ବର୍ଷରୁ କମ୍ ମହିଳା ଚାମ୍ପିଅନସିପ୍ ର ଫାଇନାଲ ମ୍ୟାଚରେ ଭାରତର ୧୭ ବର୍ଷରୁ କମ୍ ମହିଳା ଦଳ ବାଂଲାଦେଶକୁ ୪-୦ ଗୋଲରେ ପରାସ୍ତ କରି ଟାଇଟଲ ଜିତିଛି।
ଅଧିନାୟକ ଜୁଲାନ ନୋଙ୍ଗମାଇଥେମ (୪୨ ମିନିଟ୍) ଗୋଲ ଦେବା ପରେ ଏଲିଜାବେଦ ଲାକ୍ରା (୬୩ ମିନିଟ୍ ପେନାଲ୍ଟି), ପର୍ଲ ଫର୍ଣ୍ଣାଣ୍ଡିସ୍ (୬୮ ମିନିଟ୍) ଏବଂ ଅନ୍ୱିତା ରଘୁରମଣ (୮୩ ମିନିଟ୍)ରେ ଗୋଲ୍ କରି ବାଂଲାଦେଶ ବିପକ୍ଷରେ ବିଜୟ ହାସଲ କରି ଚାମ୍ପିଅନ ହୋଇଛନ୍ତି ।
ନବନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ ପାମେଲା କୋଣ୍ଟିଙ୍କ ନେତୃତ୍ୱରେ ଭାରତ ଏସୀୟ କପ୍ ପାଇଁ ପ୍ରସ୍ତୁତିର ଏକ ଅଂଶ ସ୍ୱରୂପ ୧୯ ବର୍ଷରୁ କମ୍ SAFF ଚାମ୍ପିଅନସିପରେ ନିଜର ୧୭ ବର୍ଷରୁ କମ୍ ମହିଳା ଦଳକୁ ଖେଳିବାକୁ ପଠେଇଥିଲା ।
A performance befitting a final 🙌#YoungTigresses #U19SAFFWomens2026 #IndianFootball ⚽️ pic.twitter.com/Wc53cCK2n6
— Indian Football (@IndianFootball) February 7, 2026
ରାଉଣ୍ଡ-ରବିନ୍ ପର୍ଯ୍ୟାୟରେ ନେପାଳକୁ ୧-୦ ଏବଂ ଭୁଟାନକୁ ୮-୦ ଗୋଲରେ ପରାସ୍ତ କରି ୟଙ୍ଗ ଟାଇଗ୍ରେସେସ୍ ଦଳ ଓ ଦୁଇ ବର୍ଷ ପରେ ଏହି ଟ୍ରଫି ଜିତିଛି ।
Comments are closed.