Latest Odisha News

୧୯ ବର୍ଷରୁ କମ ଏସିଆ କପ: ୭.୧ ଓଭରରେ ନେପାଳକୁ ହରାଇ ଭାରତ ସେମିରେ

ଦୁବାଇ: ଚଳିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ମାତ୍ର ୭.୧ ଓଭରରେ ନେପାଳକୁ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ଗ୍ରୁପ ଏରୁ ସେମିଫାଇନାଲରେ ପ୍ରବେଶ କରିଛି । ଏହି ଗ୍ରୁପରୁ ପାକିସ୍ତାନ ମଧ୍ୟ ସେମିକୁ ଉନ୍ନୀତ ହୋଇଛି । ଗ୍ରୁପ ପର୍ଯ୍ୟାୟରେ ଭାରତକୁ ପାକିସ୍ତାନ ପରାସ୍ତ କରିଛି । ଯଦି ଉଭୟ ଟିମ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିବେ ତେବେ ଫାଇନାଲରେ ସାମ୍ନା ସାମ୍ନି ହେବା ସମ୍ଭାବନା ରହିଛି । ପ୍ରଥମେ ବ୍ୟାଟିଂ କରି ନେପାଳ ୨୨.୧ ଓଭରରେ ୫୨ ରନ କରି ଅଲଆଉଟ ହୋଇ ଯାଇଥିଲା । କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଭାରତୀୟ ବୋଲର ରାଜ ଲିମ୍ବାନୀ ୧୩ ରନରେ ୭ଟି ୱିକେଟ ଅକ୍ତିଆର କରି ବିପକ୍ଷ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।

ଆରାଧ୍ୟ ଶୁକ୍ଲା ୨ଟି ଓ ଅଶ୍ୱୀନ କୁଲକର୍ଣ୍ଣି ଗୋଟିଏ ୱିକେଟ ନେଇଥିଲେ । ଜବାବରେ ଭାରତ ୭.୧ ଓଭରରେ କୌଣସି ୱିକେଟ ନ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲେ । ଅଶୀନ କୂଲକର୍ଣ୍ଣି ୪୩ ଓ ଆଦର୍ଶ ସିଂ ୧୩ ରନ କରି ଅପରାଜିତ ରହିଥିଲେ । ଲିମ୍ବାନୀ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Comments are closed.