Latest Odisha News

ଅମିତ ଶାହଙ୍କ ଇତିହାସ ଜ୍ଞାନ କମ୍ କହି କଡ଼ା ସମାଲୋଚନା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କଡ଼ା ସମାଲୋଚନା କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ଇତିହାସ ଜ୍ଞାନର ଅଭାବ ରହିଛି ଏବଂ ଇତିହାସକୁ ପୁନର୍ବାର ଲେଖିବାର ଅଭ୍ୟାସ ରହିଛି। ଜମ୍ମୁ-କଶ୍ମୀର ବିଲ୍ ଉପରେ ସଂସଦୀୟ ବିତର୍କ ସମୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବିଷୟରେ ଶାହା ଦେଇଥିବା ମନ୍ତବ୍ୟର ଜବାବରେ ଏହିପରି ମନ୍ତବ୍ୟ ରଖିଛନ୍ତି ରାହୁଲ ଗାନ୍ଧୀ।

ସଂସଦ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଗାନ୍ଧୀ ନେହେରୁଙ୍କ ଐତିହ୍ୟକୁ ରକ୍ଷା କରି କହିଥିଲେ ଯେ ସେ “ଭାରତ ପାଇଁ ଜୀବନ ଦେଇଥିଲେ” ଏବଂ ବର୍ଷ ବର୍ଷ ଧରି ଜେଲରେ ଥିଲେ। ସେ ଆହୁରି ମଧ୍ୟ ଶାହଙ୍କ “ଇତିହାସର ପୁନର୍ଲିଖନ” ପ୍ରବୃତ୍ତି ଉପରେ ଆଲୋକପାତ କରିଥିଲେ ଏବଂ ବିଜେପି ନେତୃତ୍ୱାଧୀନ ସରକାର ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଥିଲେ।

ପଣ୍ଡିତ ନେହେରୁ ଏହି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ବର୍ଷ ବର୍ଷ ଧରି ସେ ଜେଲରେ ଥିଲେ। ଅମିତ ଶାହ ଇତିହାସ ବିଷୟରେ ଅବଗତ ନାହାନ୍ତି। ମୁଁ ଆଶା କରିପାରିବି ନାହିଁ ଯେ ସେ ଇତିହାସ ବିଷୟରେ ଜାଣିବେ, କାରଣ ସେ ଇତିହାସର ପୁନର୍ଲିଖନ କରୁଛନ୍ତି।

ସେ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ମୂଳ ପ୍ରସଙ୍ଗ ହେଉଛି ଜାତିଭିତିକ ଜନଗଣନା ଏବଂ ସରକାରୀ ପାଣ୍ଠିର ବଣ୍ଟନ। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ମୁହଁ ଫେରାଇ ନେଉଛି।

ଛତିଶଗଡ଼ରେ ଓବିସି ସମ୍ପ୍ରଦାୟର ମୁଖ୍ୟମନ୍ତ୍ରୀଙ୍କ ଉଦାହରଣ ଦେଇ ରାହୁଲ କହିଛନ୍ତି ଯେ ବିଜେପି ଓବିସି ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛି। ସରକାରୀ ଢାଞ୍ଚା ଭିତରେ ଓବିସି ବ୍ୟକ୍ତିବିଶେଷଙ୍କ ପ୍ରକୃତ ପ୍ରତିନିଧିତ୍ୱକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଓବିସି ବର୍ଗର ହୋଇଥିଲେ ମଧ୍ୟ, ସରକାରରେ ଥିବା ୯୦ ଜଣ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ମାତ୍ର ତିନି ଜଣ ଏହି ସମ୍ପ୍ରଦାୟର ଏବଂ ସେମାନେ ଅବହେଳିତ ପଦବୀରେ ଆସୀନ।

ସଂସଦର ବିତର୍କରେ ଶାହ ୧୯୪୮ରେ ପାକିସ୍ତାନ ସହ ଯୁଦ୍ଧ ଏବଂ କଶ୍ମୀର ପ୍ରସଙ୍ଗକୁ ନେଇ ନେହେରୁଙ୍କ ଉପରେ ଦୋଷ ଲଦିଥିଲେ। ଏହି ଘଟଣାଗୁଡ଼ିକ ସମ୍ପର୍କରେ ନେହରୁଙ୍କ ନିଜସ୍ୱ ଭୁଲ୍ ସ୍ବୀକାରୋକ୍ତିକୁ ସେ ଉଦ୍ଧୃତ କରିଥିଲେ। ରାହୁଲ ଗାନ୍ଧୀ ଏହାର ଜବାବରେ ନେହେରୁଙ୍କ ଅବଦାନ ଓ ଦେଶ ପ୍ରତି ସମର୍ପଣକୁ ଉଲ୍ଲେଖ ବୋଲି କହିଛନ୍ତି।

ଗତକାଲି ରାଜ୍ୟସଭାରେ ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍, ୨୦୨୩, ଏବଂ ଜାମ୍ମୁ-କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ ପାରିତ ହୋଇଛି। ଏହାକୁ ନେଇ ବିତର୍କ ବେଳେ ବିରୋଧୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ପୂର୍ବରୁ ଲୋକସଭାରେ ଏହି ବିଲ୍ ପାରିତ ହୋଇସାରିଛି।

Leave A Reply

Your email address will not be published.